ହଜିଗଲା ମାନବିକତା : ଯୌତୁକ ନିର୍ଯାତନାରେ ମୃତ୍ୟୁ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ସ୍ଥିତ ଜାରିଙ୍ଗ ପଞ୍ଚାୟତର ଜାରିଙ୍ଗ ଗ୍ରାମରେ ଗତ ତା. ୦୮.୦୫ ୨୦୨୧ ରିଖ ଦିନ ଜାରିଙ୍ଗ ଗ୍ରାମରେ ଏକ ମହିଳାଙ୍କୁ ଯୌତୁକ ନିର୍ଯାତନାରେ ଶ୍ୱଶୁର ଘର ଲୋକ ପୋଡି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା ଭୀଷ୍ମଦେବ ବାରିକ । ଭୀଷ୍ମଦେବଙ୍କ କହିବା ମୁତାବକ ସେ ୭ ବର୍ଷ ହେବ ତାଙ୍କ ଝିଅ ପୁଷ୍ପାଞ୍ଜଳି ବାରିକଙ୍କୁ ଜାରଙ୍ଗ ଗ୍ରାମର ରାଜିନ୍ଦ୍ର ବାରିକଙ୍କୁ ବିବାହ କରାଇଥିଲେ । ବିବାହର କିଛି ଦିନ ପରେ ରାଜିନ୍ଦ୍ର ଏବଂ ତାଙ୍କ ପରିବାର ପୁଷ୍ପାଞ୍ଜଳିଙ୍କୁ ଯୌତୁକ ଆଣିବା ପାଇଁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ । ଏ ନେଇ ପୁଷ୍ପାଞ୍ଜଳି ନିଜ ପରିବାରକୁ ଅବଗତ କରାଇଥିଲେ । ପୁଷ୍ପାଞ୍ଜଳିଙ୍କ ପରିବାର ଜାରିଙ୍ଗ ଗ୍ରାମକୁ ଆସି ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ସହ ବସି ଆପସି ବୁଝାମଣାରେ ସମସ୍ୟାର ସମାଧାନ ମଧ୍ୟ କରିଥିଲେ । ହେଲେ ପୁଣି କିଛି ଦିନ ପରେ ରାଜିନ୍ଦ୍ର ଏବଂ ତାଙ୍କ ପରିବାର ସଦସ୍ୟ ପୁଣି ପୁଷ୍ପାଞ୍ଜଳିଙ୍କ ଉପରେ ସୁନା ଚେନ ଏବଂ ଏକ ଲକ୍ଷ ଟଙ୍କା ଆଣିବା ପାଇଁ ମାନସିକ ଏବଂ ଶାରୀରିକ ଚାପ ପକାଇଥିଲେ ଏପରିକି ତାଙ୍କୁ ଘରୁ ବାହାରକୁ ମଧ୍ୟ ଯିବା ବନ୍ଦ କରିଦେଇଥିଲେ । ରାଜିନ୍ଦ୍ର ଏବଂ ତାଙ୍କ ଦୁଇ ଭାଇ ନିଶାଦ୍ରବ୍ୟ ସେବନ କରି ପୁଷ୍ପାଞ୍ଜଳିକୁ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ । ହେଲେ ଗତ ତା. ୦୮.୦୫.୨୦୨୧ ରିଖ ପରିସ୍ଥିତି ଦୁର୍ଭାଗ୍ୟ ଜନକ ଥିଲା ଏବଂ ରାଜିନ୍ଦ୍ର ତାଙ୍କ ସପରିବାର ସହ ପୁଷ୍ପାଞ୍ଜଳିଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିଲେ । ଯୌତୁକ ନିର୍ଯାତନାରେ ପୁଣି ଚାଲିଗଲା ଆଉ ଏକ ଜୀବନ । ପୁଷ୍ପାଞ୍ଜଳିଙ୍କ ଘର ଲୋକ ଖବର ପାଇ ତତ୍‌କ୍ଷଣାତ ପୁଷ୍ପାଞ୍ଜଳିଙ୍କୁ ବୁର୍ଲ୍ଲା ବଡ ହସପିଟାଲକୁ ସ୍ଥାନନ୍ତର କରିଥିଲେ ହେଲେ ସେଠାରେ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର କହିଥିଲେ ଏବଂ କିଛି ସମୟ ପରେ ପୁଷ୍ପାଞ୍ଜଳି ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ । ଏ ନେଇ ପୁଷ୍ପାଞ୍ଜଳିଙ୍କ ଘର ଲେକ ବିଜେପୁର ଥାନାରେ ମାମଲା ରୁଜୁ କରିଥିଲେ । ବିଜେପୁର ପୋଲିସ ଖବର ପାଇ ଘଟଣା ସ୍ଥଳକୁ ପହଂଚି ତନାଘନା ଜାରି ରଖିଛନ୍ତି । ଦେଖିବା ବାକି ରହିଲା ପୋଲିସ ଏବଂ ପ୍ରଶାସନ କେତେ ଶୀଘ୍ର ପୁଷ୍ପାଞ୍ଜଳିଙ୍କୁ ନ୍ୟାୟ ପ୍ରଦାନ କରୁଛି ।

Leave A Reply

Your email address will not be published.

20 − twelve =

error: Content is protected !!