ମାନବିକତା ଦେଖାଇଲେ ସମିତି ସଭ୍ୟ : ଏଟିଏମରୁ ପାଇଥିବା ଟଙ୍କା ଫେରାଇଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ ଗତ ୨୫ ତାରିଖ ଦିନ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଏଟିଏମରେ ୧୦ହଜାର ଟଙ୍କା ଫସି ରହିଥିଲା । ତେବେ ସେ ଫେସବୁକରେ ପୋଷ୍ଟ କରିଥିଲେ ଯେ ଯଦି କାହାର ଟଙ୍କା, ତାହେଲେ ମୋ ପାଖକୁ ଯୋଗାଯୋଗ କରନ୍ତୁ । ତେବେ ଭେଜିପଦର ଗ୍ରାମର ଲୋକନାଥ ସାହୁ ଖବର ପାଇବା ପରେ ସେହି ଟଙ୍କା ମୋର ବୋଲି କହିଥିଲେ । ତେବେ ଆଜି ସଇଁନ୍ତଲା ଷ୍ଟେଟ ବ୍ୟାଙ୍କ ମେନେଜର ମନୋରଞ୍ଜନ ସ୍ୱାଇଁଙ୍କ ଉପସ୍ଥିତରେ ୧୦ହଜାର ଟଙ୍କା ତାଙ୍କୁ ଫେରାଇ ଥିଲେ । ତେବେ ଏଭଳି ମାନବିକତାକୁ ନେଇ ଏବେ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.