ଲୋକ-କଳାକାରଙ୍କ ସହାୟତା ଦାବୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ତେଣୁ ଅନେକ ଲୋକ ଜୀବିକା ହରାଇ ବସିଛନ୍ତି । ଏ ପରିସ୍ଥିତିରେ ପ୍ରତ୍ୟହ ରୋଜଗାର କରି ପରିବାର ପୋଷଣ କରୁଥିବା ଲୋକଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ବିଶେଷ କରି କଳାକୁ ବୃତ୍ତି କରି ଚଳୁଥିବା ଲୋକମାନେ ଦୀର୍ଘମାସ ହେଲା ବେରୋଜଗାର ଅଛନ୍ତି । କରୋନା କଟକଣା ଯୋଗୁଁ ବିଭିନ୍ନ ସାମାଜିକ କାର୍ୟ୍ୟ, ବିବାହ, ବ୍ରତ, ମୃତାହ କାର୍ୟ୍ୟ ସାଂଗକୁ ଆନ୍ୟାନ୍ୟ ଯାନିଯାତ୍ରା ବନ୍ଦ ରହିଥିବାରୁ କଲାକାରମାନେ କାମ ପାଉନାହାଁନ୍ତି । ଫଳରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଏଣୁ ସୋନପୁର ସହର କଳିଂଗ ନଗରରେ ଥିବା କିଛି ଲୋକ-କଳାକାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଂଚି ସହାୟତା ପ୍ରଦାନ ପାଇଁ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.