କଣ୍ଟାମାଳ ବିଧାୟକଙ୍କୁ କରୋନା : ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ସେପ୍ଟେମ୍ବର ୨୯ ତାରିଖ ଓଡିଶାର ୧୬ତମ ବିଧାନସଭାର ୪ର୍ଥ ଅଧ୍ୟାୟ ଅଧିବେଶନ ସଭା ଅନୁଷ୍ଠିତ ହେବ । ଏହା ପୂର୍ବରୁ ସମସ୍ତ ବିଧାୟକମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ କୌଣସି ଲକ୍ଷଣ ନଥାଇ ମଧ୍ୟ ରିପୋର୍ଟରେ ପଜିଟିଭ୍ ଆସିଥିବା ଖବର ମିଳିଛି । ଏହି ଖବର ପାଇବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା ସକାସଶ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟାକରି କୋଭିଡ ପରୀକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ବିଧାୟକ ଶ୍ରୀ ରଣା ।

Leave A Reply

Your email address will not be published.