pakka

ପାୟୋନିୟର ତରଫରୁ ମକା ଅମଳ ଦିବସ ପାଳନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଫୁଲପଦର ଗ୍ରାମରେ ଆଜି ପାୟୋନିୟର କମ୍ପାନୀ ପକ୍ଷରୁ କୋଭିଡ୍‌ ନିୟମ ମାନି ମକା ଅମଳ ଦିବସ ପାଳିତ ହୋଇଯାଇଛି । ଏ ଅଞ୍ଚଳର ଚାଷୀ ଚଳିତ ବର୍ଷ ବହୁ ମାତ୍ରାରେ ପାୟୋନିୟର ମକା ପି୩୪୦୧ ମକା ଲାଗାଇ ଅଧିକରୁ ଅଧିକ ଅମଳ ହେଇଥିବା ଦେଖିବାକୁ ମିଳିଛି । ଆସନ୍ତା ବର୍ଷରେ ଏହି ମକା ଲଗାଇବା ପାଇଁ କୃଷକମାନଙ୍କୁ ତାଲିମ୍ ଦିଆଯାଇଥିଲା । ଏଥିରେ ନବରଙ୍ଗପୁର ଟିବିଏଲ୍‌ ସୋମ୍ୟ କାନ୍ତ ହୋତା, କୋଡିଙ୍ଗା ଏମ୍‌ଡିଆର୍‌ ପ୍ରଶାନ୍ତ କୁମାର ନାୟକ ଓ ମନୋଜ କୁମାର ନାୟକ ଅଂଶ ଗ୍ରହଣ କରିଥିଲେ । ଅଞ୍ଚଳର ଅନେକ ମକା ଚାଷୀ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − 1 =