pakka

ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଜର୍ଜଗଡ ସତ୍ୟାନନ୍ଦ ଲୁହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ ଗ୍ରାମର ସତ୍ୟାନନ୍ଦ ଲୁହାରଙ୍କ ଦୁର୍ଘଟଣାର ୨୨ ଦିନ ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସେପ୍ଟେମ୍ବର ୨୪ ତାରିଖରେ ଜଣେ ବାଇକ ଚାଳକଙ୍କ ପଛପଟେ ବସି ପଦ୍ମପୁର ପଟକୁ ପାଇକମାଲକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଚାଳକ ସାମାନ୍ୟ ଆହତ ହେବା ସହ ପଛପଟେ ବସିଥିବା ସତ୍ୟାନନ୍ଦ ଲୁହାର ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲାରେ ନେଇ ଚିକିତ୍ସିତ କରାଯାଉଥିଲା । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୬୨ ବର୍ଷ ବୟସ ହେଉଥିଲା । ତାଙ୍କର ପଛରେ ସ୍ତ୍ରୀ କୁନ୍ତି, ଝିଅ ଆରତୀ, ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ଜର୍ଜଗଡରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମେଳାପୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନନ୍ଦଙ୍କ ସମୁଦି ଅଟନ୍ତି ।

Leave A Reply

Your email address will not be published.

9 − 1 =