pakka

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଦୁଇ ଅଗ୍ରଣୀ ଅନୁଷ୍ଠାନ ୟୁଥ ମୁଭମେଣ୍ଟ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଓ ଆସ୍ଥାର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଫେସର ଡଃ ସରିତା ମଲ୍ଲ ମୁଖ୍ୟବକ୍ତା, ସମାଜସେବୀ ଅନିତା ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ସମାଜସେବୀ କମଳ ଅଗ୍ରୱାଲ, ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲ, ଦୈନିକ ଉତ୍କଳମେଲର ମୁଖ୍ୟ ସଂପାଦକ ଡଃ ପୀତବାସ ମିଶ୍ର, ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ୟୁଥ ମୁଭମେଣ୍ଟ ଫେଡରେସନ ଅଫ୍‌ ଇଣ୍ଡିଆର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ଵାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରଥିଲେ । ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥି ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟ ସ୍ଵର୍ଗତା ମୀନାକ୍ଷୀ ଧରଙ୍କଠାରୁ ଆରମ୍ଭ ହୋଇଥିଲା କହି ତାଙ୍କ ସହ ଥିବା ବନ୍ଧୁତ୍ୱ ଭାବକୁ ପ୍ରକଟ କରିଥିଲେ । ଆସ୍ଥାର ସାଧାରଣ ସମ୍ପାଦକ ଆଲୋକ ଜେନା ସ୍ୱର୍ଗତା ଧରଙ୍କ ସ୍ମୃତିଚାରଣ କରି ମହିଳା ଦିବସ ଏକ ନିଆରା ଢଙ୍ଗରେ ସେ ଆରମ୍ଭ କରିଥିଲେ ବୋଲି କହିଥିଲେ । ଏହି ଅବସରରେ ଡଃ ମଲ୍ଲ ଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଷ୍ଟାର ଓମେନ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୁମିତ୍ରା ସ୍ଵାଇଁ, ଶୁଭଦ୍ରା ପ୍ରଧାନ ଓ ସୁଶ୍ରୀ ଡି ପୂଜାଙ୍କୁ ବିଶେଷ ପ୍ରତିଭା ଅଧିକାରୀ ରୂପେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆରମ୍ଭରେ ଆସ୍ଥା ସଦସ୍ୟମାନେ ଉତ୍କଳ ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ସଙ୍ଗୀତ, ନୃତ୍ୟ ଓ ମଡେଲମାନଙ୍କ ରାମ୍ପ ୱାକ୍‌ ପରିବେଷଣ ଏକ ନୂତନ ଅନୁଭୂତି ସୃଷ୍ଟି କରିଥିଲା । ଏହି ଅବସରରେ ମହିଳାମାନଙ୍କ ଦ୍ଵାରା କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଯଥା ସୂର୍ଯ୍ୟ ନନ୍ଦିନୀ, ଗରିମା, ମା’ ମଙ୍ଗଳା, ଶ୍ରୀ ଔରୋ, ଏକତା, ସ୍ଵରାଗିଣୀ, ଲେଡି ଲାୟନ, ସୁରଭି ଓ ସ୍ମାର୍ଟ ଲେଡିଜ ପରି ନଅ ଗୋଟି ଅନୁଷ୍ଠାନକୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମର ସଞ୍ଚାଳିକା ଭାବେ ଜ୍ୟୋତ୍ସ୍ନା ସାହୁ ଓ ମୋନାଲିସା ସାହୁ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୀରା, ଅଶୋକ, ଅଶ୍ଵିନୀ, ପରଶୁରାମ, ଶୁଭଲକ୍ଷ୍ମୀ, ବୈଜୟନ୍ତୀ, ପୁର୍ଣ୍ଣମା, ବିପ୍ଳବୀନି, ରେଣୁ ପ୍ରଭା, ମଧୁମିତା, ତପସ୍ଵିନୀ, ଅମୃତା, ନମିତା, ମିନତୀ, କୁନୁ ରାଣୀଙ୍କ ସହ ପ୍ରିୟାଙ୍କା ଓ ରଶ୍ମିତା ସହଯୋଗ କରିଥିଲେ । ଆସ୍ଥାର ଉପସଭାପତି ରାଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twenty − seven =