ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

  • ପ୍ରତ୍ୟେକ ମହିଳା ଜଣେ ଜଣେ ଅନନ୍ୟା
  • ମହିଳାମାନେ ସଶକ୍ତ ହେଲେ ସମାଜ ସଶକ୍ତ ହେବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରମଣି ହାଁସଦା, ଡେପୁଟି କଲେକ୍ଟର ତଥା ସଂସ୍ଥାପନ ଅଧିକାରୀ ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ତଥା ଜିଲ୍ଲାସ୍ତରୀୟ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ସମାରୋହରେ ଜିଲ୍ଲାପାଳ ସୁବର୍ଣ୍ଣପୁର ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୂଖ୍ୟ ଉପରେ ଆଲୋକପାତ କରି କହିଲେ ଯେ ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜକୁ ସ୍ବାବଲମ୍ବୀ କରି ପାରିଲେ ମହିଳା ସଶକ୍ତିକରଣ ସଫଳ ହୋଇପାରିବ । ମହିଳାମାନେ ସମାଜରେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ସାକାରାତ୍ମକ ଭାବେ ଦୃଢ ଶକ୍ତି ଓ ସାମର୍ଥ୍ୟ ସହ ପରିଚାଳନା କରିବାର ମାନସିକତା ରଖିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପୁରୁଷ ଓ ମହିଳା ପରସ୍ପର ପରିପୂରକ, ପୁନଶ୍ଚ ମହିଳାମାନେ ସଶକ୍ତ ହେଲେ ସମାଜ ତଥା ଦେଶ ସମୃଦ୍ଧ ଓ ସଶକ୍ତ ହୋଇ ପାରିବ । ପ୍ରତ୍ୟେକ ମହିଳା ଆଜିର ଯୁଗରେ ଜଣେ ଜଣେ ଅନନ୍ୟା । ମହିଳାମାନଙ୍କୁ ସମୃଦ୍ଧ ଓ ସଶକ୍ତ କରାଇବାରେ ଆମ ସମାଜର ପ୍ରତ୍ୟକଙ୍କର ଗୁରୁ ଦାୟୀତ୍ବ ରହିଥିବା କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ ମହିଳା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ନାରୀ ହିଁ ସୃଷ୍ଟିର ଆଦ୍ୟା, ସେ ସ୍ବାଧୀନ ଭାବେ ଜୀବନ ନିର୍ବାହ କଲେ ସମାଜର ବିକାଶର ଧାରାକୁ ଆଗେଇ ନେଇ ଏକ ସମୃଦ୍ଧ ସମାଜ ଗଠନ କରି ପାରିବ ବୋଲି ନିଜର ମତବ୍ୟକ୍ତ କରିଥିଲେ । ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ, ଡେପୁଟି କଲେକ୍ଟର ତଥା ସଂସ୍ଥାପନ ଅଧିକାରୀ ଡ଼ ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ର, ଡେପୁଟି କଲେକ୍ଟର ଇପ୍ସିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ, ଡେପୁଟି କଲେକ୍ଟର ସୂର୍ୟ୍ୟମଣି ଭୋଇ, ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା (ଏକ୍ସନ ଏଡ଼ )ରାକେଶ ପ୍ରଧାନ ପ୍ରମୁଖ ଦିବସ ଅବସରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.

twelve − eleven =

error: Content is protected !!