ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ବିଭାଗୀୟ ପରାମର୍ଶଦାତାଙ୍କ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା(ଶିକ୍ଷା) ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଗତକାଲି ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାର୍ବତୀ ଗିରି ମାତୃ ନିକେତନ, ଭଇଁସା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଖପ୍ରାଖୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତ ସମୟରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି, ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା, ବିଦ୍ୟାଳୟଗୁଡ଼ିକର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ସଂପର୍କରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ‘ବଲାଙ୍ଗିର ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ କିପରି ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ କରାଯାଇ ପାରିବ’ ସେ ସଂପର୍କରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଯତ୍ନବାନ ହେବା ସହ ବଲାଙ୍ଗିର ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ କିପରି ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରାଯାଇପାରିବ ସେ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ । କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ସଫଳତା ନିମନ୍ତେ ମାନସିକ ଦକ୍ଷତା ବୃଦ୍ଧି, ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରିଦର୍ଶନର ବ୍ୟବସ୍ଥା, ପ୍ରବେଶିକା ପରୀକ୍ଷା ଓ ଅନ୍ୟାନ୍ୟ ପ୍ରତିଯୋଗିତା ନିମନ୍ତେ ମାଗଣା କୋଚିଂର ବ୍ୟବସ୍ଥା, ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କୋକେରିକୁଲାର କାର୍ଯ୍ୟକ୍ରମ, କ୍ୱିଜ୍‌, ତର୍କ, ପ୍ରବନ୍ଧ, ଚିତ୍ରକଳା, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ, ଶିକ୍ଷଣ ସଂପର୍କିତ କର୍ମଶାଳାର ଆୟୋଜନ, ସେମିନାର, ମେଗାଜିନ୍‌ ପ୍ରକାଶନ, ବିଜ୍ଞାନ ଶିକ୍ଷକ ସମ୍ମିଳନୀ, କେରିଅର୍‌ କାଉନ୍‌ସେଲିଂ, ଧନ୍ଦାମୂଳକ ଶିକ୍ଷା, ପୋଲିଟେକ୍‌ନିକ୍‌, ଆଇଟିଆଇ, ହୋଟେଲ ମ୍ୟାନେଜମେଣ୍ଟ, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା, ଶିକ୍ଷାର ଗୁଣବତ୍ତାକୁ ବୃଦ୍ଧି କରିବା ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ପ୍ରସଙ୍ଗରେ କର୍ମଶାଳାରେ ଆଲୋଚନା ହେବା ସହ ମତାମତ ବିନିମୟ ହୋଇଥିଲା । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ସମେତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ଆଇଟିଆଇ, ପୋଲିଟେକ୍‌ନିକ୍‌, ଗନ୍ଧମାର୍ଦ୍ଦନ ଆଇଟିଆଇ, ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠା ବଲାଙ୍ଗିରର ମୁଖ୍ୟ, ବିଇଡ଼ କଲେଜ, ଡିଆଇଇଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା, ୫-ଟି ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଏନ୍‌ରିଚ୍‌ମେଂଟ୍‌ କମିଟିର ସଦସ୍ୟ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରମୁଖ ପରାମର୍ଶଦାତା(ଶିକ୍ଷା) ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଶ୍ରୀ ତ୍ରିପାଠୀ ଆଜି ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ପରେ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ସଇଁନ୍ତଲା ସ୍ଥିତ ଭାରତୀୟ ରେଡ଼କ୍ରସ ସୋସାଇଟି ଦ୍ୱାରା ପରିଚାଳିତ ବଧିର ବିଦ୍ୟାଳୟ, ଦୃଷ୍ଟିହୀନ ବିଦ୍ୟାଳୟ ଓ ମାନସିକ ଅନଗ୍ରସର ବିଦ୍ୟାଳୟ ପରିଶର୍ଦନ କରି ବିଭିନ୍ନ ପ୍ରସଙ୍ଗ ଉପରେ ବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସେ ବିବିନା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ଏବଂ ପରେ ସେ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମକୁ ପରିଦର୍ଶନ କରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

18 + eleven =

error: Content is protected !!