ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଳକ ଅନ୍ତର୍ଗତ ସରଣ୍ଡା ଶିବ ମନ୍ଦିରଠାରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହିରାରାମ ଭୋଇ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୋଶିନୀ କ୍ଲବର ଜିଲ୍ଲା ସଭାପତି ଶ୍ରୀମତୀ ରେଖା ଅଗ୍ରୱାଲ, ମୁଖ୍ୟବକ୍ତା ଝିଲମିଣ୍ଡା ଜଗନ୍ନାଥ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଧର୍ମରାଜ ପ୍ରଧାନ, ସମ୍ମାନିତ ଅତିଥି, ସମାଜସେବୀ ମାମୀ ମିଶ୍ର, ସମ୍ମାନିତ ଅତିଥି କଳାମାଟିର ସରପଞ୍ଚ ଡଃ ସୁଷମା ସାହୁ, ଯୋଗ ଦେଇ ମହିଳାମାନଙ୍କ ସୁରକ୍ଷା ଓ ବିଭିନ୍ନ ଆଇନ ସହ ସମାଜ କଲ୍ୟାଣ ବିଷୟରେ ଆଲୋଚନା କରାଯାଇଥିଲା । ଜନ କଲ୍ୟାଣ ସେବା ଟ୍ରଷ୍ଟର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜ ସେବା କ୍ଷେତ୍ରରେ ୨୪ ଜଣ ମହିଳା ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । ସରଣ୍ଡାର କିର୍ତ୍ତନ୍ୟ ମଣ୍ଡଳୀର ସଦସ୍ୟମାନେ ଅତିଥିମାନଙ୍କୁ ପାଛୋଟି ନେଇଥିଲେ, କାର୍ଯ୍ୟକ୍ରମରେ ୫ ଜଣ ଆଜୀବନ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଡଭଗାରର କରମା ବସ୍ତ୍ରଲାୟ ସହଯୋଗ କରିଥିବା ବେଳେ ବରଗଡର ରୋଶିନୀ କ୍ଲବର ସମସ୍ତ କର୍ମକର୍ତାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଅତାବିରା ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାପାତ୍ର ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ମହାପାତ୍ର, ଆଲ୍ଲାଦିନୀ, ଗୀତା, ଶ୍ୟାମ, ବିରେନ୍ଦ୍ର, ପ୍ରମୋଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ନାରାୟଣ ସେବା ପାତ୍ରର ଉନ୍ମୋଚନ କରାଯାଇଥିଲା । ଏହି ପାଣ୍ଠି ଅସହାୟ ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଥିଲେ । ନୂତନ ଭାବେ ୪୦ ଜଣ ମହିଳା ସମାଜସେବୀ ଯୋଗଦାନ କରିଥିଲେ । ଶେଷରେ ଡଃ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 − five =

error: Content is protected !!