pakka

ଫିଫା ୧୭ ବର୍ଷରୁ କମ୍‌ ମହିଳାଙ୍କ ବିଶ୍ୱକପ୍‌ ପକ୍ଷରୁ ୫୦୦ ପିଲାଙ୍କୁ ନେଇ ଭୁବନେଶ୍ୱରରେ କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟବଲ୍‌ କାର୍ନିଭାଲ୍‌ର ଆୟୋଜନ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫିଫା ୧୭ ବର୍ଷରୁ କମ୍‌ ମହିଳାଙ୍କ ବିଶ୍ୱ କପ୍‌ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ର ଏକ ପ୍ରମୁଖ ଅଭିଯାନ କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟବଲ କାର୍ନିଭାଲ ଉଦଘାଟନୀ ଓଡ଼ିଶା ସଂସ୍କରଣ ଭୁବନେଶ୍ୱରରେ କିଟ୍‌ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ପଡ଼ିଆରେ ୨୦୨୨ ମେ’ ୨୧ରୁ ଆରମ୍ଭ ହୋଇଛି । ସାଂସଦ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଓ ଭାରତୀୟ ଜାତୀୟ ଭଲିବଲ ଟିମ୍‌ର ପୂର୍ବତନ ଖେଳାଳୀ ଜି ଇ ଶ୍ରୀଧରନଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଅତିଥିଙ୍କ ସମେତ ଏଲ୍‌ଓସିର ପ୍ରକଳ୍ପ ନିର୍ଦେଶକ ନନ୍ଦିନୀ ଅରୋରା ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ନିଭାଲ୍‌ରେ ୫୦୦ରୁ ଅଧିକ ପିଲା ଅଂଶଗ୍ରହଣ କରିବା ଦେଖିବାକୁ ମିଳିଥିଲା । ଓଡ଼ିଶା ପ୍ରଥମ ଥର ପାଇଁ ଆୟୋଜନ କରୁଥିବା କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟ୍‌ବଲ୍‌ କାର୍ନିଭାଲ୍‌ ବିଷୟରେ ଓଡ଼ିଶା ସରକାରଙ୍କ ଇଆଣ୍ଡଆଇଟି, କ୍ରୀଡ଼ା ଓ ଯୁବ ସେବା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ତୁଷାରକାନ୍ତ ବେହେରା କହିଛନ୍ତି ଯେ, “କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟବଲ୍‌ କାର୍ନିଭାଲ୍‌ର ପ୍ରକୃତି ହେଉଛି ଅନ୍ୟତମ ଉତ୍ସବ ପାଳନ ଓ ଶିକ୍ଷଣୀୟ । ଏହାର ବିଭିନ୍ନ ଅଭିଯାନ ଜରିଆରେ ପିଲାମାନେ ଖେଳ ଓ ପରସ୍ପର ସହିତ ସକାରାତ୍ମକ ଭାବେ ଯୋଡ଼ି ହୋଇପାରିବେ । ନେତୃତ୍ୱ ସୃଷ୍ଟି କରିବା ଓ ସମାଜର ସମସ୍ତଙ୍କୁ ସଶକ୍ତ କରିବାର ଶକ୍ତି ଫୁଟବଲ୍‌ ପାଖରେ ରହିଛି । ପିଲାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣକୁ ସ୍ୱାଭାବିକ କରିବାରେ ଏହି ସୁନ୍ଦର ଖେଳର ପ୍ରେରଣାଦାୟୀ ବିଷୟକୁ ଏହି କାର୍ନିଭାଲ ବ୍ୟବହାର କରୁଛି ।’’ ପିଲାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଉତ୍ସାହ, ଆଗ୍ରହ ଓ ଖୁସିର ସହ ଭାଗ ନେଇଥିଲେ । ଆଜି ଦିନର ମୁଖ୍ୟାଂଶରେ ସାମିଲ ଥିଲା ଏକ ହେଡର ଆହ୍ୱାନ, ଏକ ଫୁଟବଲ ଷ୍ଟାଇଲର ଡାର୍ଟ ବୋର୍ଡ ଆହ୍ୱାନ, ଫ୍ରିକିକ୍‌ ଆହ୍ୱାନ ଓ ବ୍ରସ୍‌ ଓ ରଙ୍ଗ ଜରିଆରେ ପିଲାମାନେ କାନଭାସରେ ସେମାନଙ୍କ ପରିକଳ୍ପନାର ପରିପ୍ରକାଶ କରିଥିଲେ । ଏକ ୫ ବନାମ ୫ ଫୁଟବଲ୍‌ ଆହ୍ୱାନ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ଟିମ୍‌ ସୁସ୍ଥକର ପ୍ରତିଦ୍ୱନ୍ଦ୍ୱିତାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଉକୃଷ୍ଟ ପ୍ରଦର୍ଶନ କରିବା ଲାଗି ଉତ୍ସାହିତ କରିବା ପାଇଁ ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଂଟ୍‌ର ୨୦୨୨ ସଂସ୍କରଣର ଅଫିସିଆଲ ମାସ୍କଟ ଇଭା ଉପସ୍ଥିତ ଥିଲା ଓ ଏହା ତକ୍ରାଳ ଲୋକପ୍ରିୟ ହେବା ସହ ଅନ୍ୟମାନଙ୍କୁ ବ୍ୟସ୍ତ ରଖିଥିଲା । ଏହି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା ଏକ ସ୍ୱତନ୍ତ୍ର ସନ୍ଧ୍ୟା ଯେଉଁଥିରେ ଭାରତର ଅନ୍ୟତମ ଫ୍ରିଷ୍ଟାଇଲର ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଜ ଫୁଟ୍‌ୱାର୍କ ଓ ଦକ୍ଷତା ଜରିଆରେ ରୋମାଂଚିତ କରିଥିଲେ । ନନ୍ଦିନୀ ଅରୋରା କହିଛନ୍ତି ଯେ, ଭାରତର କ୍ରୀଡ଼ା ରାଜଧାନୀରେ କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟବଲ୍‌ କାର୍ନିଭାଲ୍‌ ଆୟୋଜନ କରିବାରେ ସଫଳ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ପୂର୍ବ ତିନିଟି ସଂସ୍କରଣରେ କାର୍ନିଭାଲ୍‌ର ସଫଳତାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ଅଛୁ ଓ ବିଭିନ୍ନ ଖେଳ ଓ କାର୍ଯ୍ୟକ୍ରମରେ ନିଜେ ଭାଗ ନେଇ ପିଲାମାନଙ୍କୁ ଉପଭୋଗ କରିବା ଦେଖିବା କେବଳ ସେହି ପୂର୍ଣ୍ଣାଙ୍ଗ ଅନୁଭୂତିକୁ ଆହୁରି ବଢ଼ାଇଥିଲା । ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ଦେଖିବା ଖୁସିର ବିଷୟ ଥିଲା ଏବଂ ଫିଫା ୧୭ ବର୍ଷରୁ କମ୍‌ ମହିଳାଙ୍କ ବିଶ୍ୱକପ୍‌ ପର୍ଯ୍ୟନ୍ତ ପହଂଚିବାରେ ଏଭଳି କାଯ୍ୟଁକ୍ରମ ଜରିଆରେ ଆମେ ସକାରାତ୍ମକ ପ୍ରଭାବକୁ ସୃଷ୍ଟି କରିବାକୁ ଆମେ ସଂକଳ୍ପ ନେଇଛୁ ।’’ ୨୦୨୨ ଏପ୍ରିଲ୍‌ରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟବଲ୍‌ କାର୍ନିଭାଲ୍‌ ମହାରାଷ୍ଟ୍ର, ଗୋଆ ଓ ଓଡ଼ିଶାର ଚାରିଟି ସ୍ଥାନରେ ୨୦୦ରୁ ଅଧିକ ପିଲା ଓ ମହିଳାଙ୍କୁ ଯୋଡ଼ିପାରିଛି । ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳାଙ୍କ ବିଶ୍ୱକପ୍‌ ମଧ୍ୟରେ କାର୍ନିଭାଲ୍‌ର ଏଭଳି ଅଧିକ ସଂସ୍କରଣ ଆୟୋଜନ କରାଯିବ ।

Leave A Reply

Your email address will not be published.

eight − six =