pakka

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚକୁ ବିରୋଧ ପ୍ରସଙ୍ଗକୁ ତୀବ୍ର ସମାଲୋଚନା କଲେ କୋଶଳବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ସଂଘ ଏକ ବୈଠକରେ ଗତ ୧୮/୫/୨୦୨୨ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିରୋଧରେ ଏକ ପ୍ରସ୍ତାବ ପାରିତ ହେବା ସହ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି ଏବଂ ବିଭିନ୍ନ ଓକିଲ ସଂଘ ସହ ଅନେକ ସାମାଜିକ ଅନୁଷ୍ଠାନ ନିନ୍ଦା କରୁଥିବା ବେଳେ ଏହାକୁ କଡା ସମାଲୋଚନା କରିଛନ୍ତି । ପଶ୍ଚିମ ଓଡ଼ିଶାର କୋଶଳବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ପ୍ରତି ସବୁବେଳେ ରାଜ୍ୟ ସରକାର ପାତର ଅନ୍ତର କରୁଛନ୍ତି । ଯାହାକୁ ନେଇ ଅନେକ ସମୟରେ ବିଭିନ୍ନ ଆନ୍ଦୋଳନ ଏ ଅଞ୍ଚଳରେ ମୁଣ୍ଡଟେକି ବସିଛି । କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ସହମତି ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ଏହାକୁ କୌଣସି ମତେ ଏହାକୁ କାଟିବାକୁ ଚେଷ୍ଟା କରୁଛନ୍ତି । ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ଓକିଲ ସଂଘକୁ ବିରୋଧ କରୁଥିବା ପଛରେ ରାଜ୍ୟ ସରକାରଙ୍କ ହାତଥିବା କୋଶଳବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ ଆଣୁଛନ୍ତି । ସେ କହିଛନ୍ତି ପଶ୍ଚିମ ଓଡ଼ିଶାର ୨ କୋଟି ଜନସାଧାରଣଙ୍କ ହୃଦୟକୁ କୋଠାର ଘାତ ପହଞ୍ଚେଇବା ସହ ଅଧିକାର ସ୍ୱରକୁ ଗଳାଚିପି ହତ୍ୟା କରାଯାଇଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

one × two =