ମାଡ଼ିଗଲା ଟ୍ରକ ଘର ଉପରକୁ : ୩ ଗୁରୁତର

କେନ୍ଦୁଝର : ଘର ଉପରକୁ ମାଡ଼ିଗଲା ଟ୍ରକ । ସୂଚନା ଅନୁସାରେ କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଷଠୀଘର ସାହିରେ ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏନଏଚ-୨୦ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ମାଡିଯାଇଛି ଟ୍ରକ । ଫଳରେ ଘରେ ଥିବା ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଥିବା ଖବରରେ କୁହାଯାଇଛି । ଦୁର୍ଘଟଣା ସ୍ଥଳରୁ ଗୁରୁତର ୩ ଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.