
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ ରୋଗ ବିଭାଗରେ ଅଘଟଣ ଓ ନବଜାତ ଶିଶୁକନ୍ୟା ଓ ପ୍ରସୂତି ମହିଳାଙ୍କ ମୃତ୍ୟୁ । ଚିକିତ୍ସା ଅବହେଳାରୁ ମା’ ଓ ନବଜାତକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ମହିଳା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଆଶ୍ରମପଡ଼ାର ମଞ୍ଜୁଲତା ବେହେରା । ଗତ ତିନିଦିନ ତଳେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ ମଞ୍ଜୁଲତା । ଘରୋଇ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ । ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ।