jayashree

ଅଧର୍ମ ଉପରେ ଧର୍ମର ବିଜୟ, ବନ୍ଧମୁଣ୍ଡାରେ ରାବଣ ପୋଡି ଉତ୍ସବ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ବନ୍ଧମୁଣ୍ଡା ଡି. କ୍ୟାବିନ ଖେଳ ପଡିଆ ଠାରେ ରାବଣ ପୋଡି ଉତ୍ସବ ପାଳନ ହେଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଡିସିସି ସଭାପତି ରବି ରାୟ ଅଧର୍ମ ଉପରେ ଧର୍ମ ବିଜୟ ବୋଲି କହିଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ବନ୍ଧମୁଣ୍ଡା ଡି. କ୍ୟାବିନ ଠାରେ ଜୟ ହିନ୍ଦ କ୍ଲବ ପକ୍ଷରୁ ରାବଣ ପୋଡି ଉତ୍ସବ ପାଳିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ ରାବଣ ପୋଡ଼ି ଉତ୍ସବରେ ରାମଲୀଳା ଏବଂ ଦାଣ୍ଡିଆ ନୃତ୍ୟ ମଧ୍ୟ ଜନଗହଳି ପୂର୍ଣ୍ଣ ଦର୍ଶକ ଏବଂ ଅତିଥି ମାନଙ୍କ ମନଛୁଆଁ ହୋଇଥିଲା । ରବି ରାୟଙ୍କୁ କ୍ଲବର ସଦସ୍ୟମାନେ ଭବ୍ୟ ସ୍ୱାଗତ କରିଥିଲେ ଓ ପୂଜା ପାଉଥିବା ମା’ ଦୁର୍ଗାଙ୍କ ମୂର୍ତ୍ତି ଦର୍ଶନ କରାଇଥିଲେ । କ୍ଲବ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରବି ରାୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ରାୟ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ହିନ୍ଦୁ ମାନଙ୍କ ଏହା ଏକ ପରମ୍ପରା ନୁହେଁ ବରଂ ରାବଣ ପୋଡି ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ, ଜୟ ହିନ୍ଦ କ୍ଲବ ଓ ବନ୍ଧମୁଣ୍ଡା ଅଞ୍ଚଳବାସୀ ମିଶି ଏହି ଉତ୍ସବ ଆୟୋଜିତ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ରାବଣଙ୍କ ମୂର୍ତ୍ତିକୁ ତୀର ମାରି ରାବଣ ଦହନ କରିଥିଲେ । ଏହି ପରମ୍ପରାକୁ ଜୀବନ୍ତ ରଖିବା ସହ ଉତ୍ସବକୁ ସଫଳ କରିଥିବା ଜୟ ହିନ୍ଦ କ୍ଲବ ଓ ବନ୍ଧମୁଣ୍ଡା ଅଞ୍ଚଳବାସୀଙ୍କୁ ରବି ରାୟ ଧନ୍ୟବାଦ ଜଣାଇଥିଲେ । ଏହି ରାବଣ ପୋଡି ଉତ୍ସବରେ ବନ୍ଧମୁଣ୍ଡା ଡି. କେବିନ ଦୁର୍ଗାପୂଜା କମିଟିର ସଭାପତି ମନୁ କୁମାର ସିଂ, ଉପସଭାପତି ଲଖନ ଲୋହାର, ସମ୍ପାଦକ ଦମୟନ୍ତୀ ସୁନା, କୋଷାଧ୍ୟକ୍ଷ ସତ୍ୟଜିତ ପ୍ରଧାନ, ପ୍ରମିଳା ସୁନା, ବନ୍ଧମୁଣ୍ଡା ଥାନା ଅଧିକାରୀ ରଞ୍ଜନ କୁମାର ନାୟକ, ସ୍ୱେଛାସେବୀ ସୁମନ ସିଂ ପ୍ରମୁଖଙ୍କ ସହ ଅନେକ ଅତିଥି ବୃନ୍ଦ ଯୋଗ ଦେଇଥିଲେ ।

Leave A Reply

Your email address will not be published.