jayashree

ବଲାଙ୍ଗିର ଶାନ୍ତିପଡ଼ାର ରାବଣ ପୋଡ଼ି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାରେ ବଡ଼ ଧୁମ୍‌ଧାମ୍‌ରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ନବଦୁର୍ଗା ପୂଜା ଅବସରରେ ବିଜୟା ଦଶମୀ ତିଥିରେ ଶାନ୍ତିପଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ରାବଣ ପୋଡ଼ି କାର୍ଯ୍ୟକ୍ରମ ଆଇଟିଆଇ ଖେଳ ପଡ଼ିଆରେ ଆୟୋଜନ କରାଯାଇଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଛି । ବଲାଙ୍ଗିର ଲକ୍ଷ୍ମୀଜୋର୍‌ ଥାନା ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଦୁର୍ଗାପୂଜା କମିଟିର ସଦସ୍ୟମାନେ ମଧ୍ୟ ଶୃଙ୍ଖଳା ରକ୍ଷା ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଅବସରରେ କମିଟିର ସଦସ୍ୟମାନେ ରାମ, ରାବଣ, ଅସୁର, ବାନର ତଥା ଅନ୍ୟାନ୍ୟ ବେଶରେ ସଜ୍ଜିତ ହୋଇ ରାବଣ ପୋଡ଼ି ଆଇଟିଆଇ ଖେଳ ପଡ଼ିଆକୁ ପହଂଚିଥିଲେ ଏବଂ ସେଠାରେ ରାବଣ ବଧ ହୋଇଥିଲା । ବାଣ ରୋସଣିରେ ପ୍ରକମ୍ପିତ ହୋଇ ଉଠିଥିଲା ଆଇଟିଆଇ ଖେଳ ପଡ଼ିଆ ।

Leave A Reply

Your email address will not be published.