ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଶ୍ୱ ରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡି. ସି.) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱମ୍ବର ବେହେରା ପ୍ରମୁଖ ମଞ୍ଚସୀନ ଥିଲେ । ଅତିଥିମାନେ ବିଶ୍ୱ ମଧୁମେହ ଦିବସ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଯେ, ମଧୁମେହ ରୋଗର ଲକ୍ଷଣ ଏବଂ ନିରାକରଣ ଉପରେ ସଚେତନତା ସୃଷ୍ଟି କରି ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟାକୁ ବହୁମାତ୍ରାରେ ପ୍ରତିରୋଧ କରି ପାରିବା । ବିଶେଷ କରି ନିୟମିତ ଖାଦ୍ୟ, ଶାରୀରିକ ପରିଶ୍ରମ, ବ୍ୟାୟାମ, ପ୍ରାଣାୟାମ ଓ ଯୋଗ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରି ସୁନ୍ଦର ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସଭାରେ ଡିଏମ୍‌ଆର୍‌ସିଏଚ୍‌ ସୁଧାଂଶୁ ନାୟକ ଓ ସହ ପରିଚାଳକ ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ପୂର୍ଣ୍ଣ ସହଯୋଗ କରିଥିଲେ । ଅତିଥି ବୃନ୍ଦ ୧୦ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସଭାରେ ସିଏଚ୍‌ଓ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ୱାସ୍ଥ୍ୟ ଅଧିକାରୀ, ଆଶା ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

sixteen − seven =