csstore

ଖପ୍ରାଖୋଲ ପୋଲିସ ଦ୍ୱାରା ବିଦେଶୀ ମଦ ଜବତ, ୨ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଗୁରୁବାର ଗମ୍ଭାରୀ ଛକଠାରୁ ବହୁ ମାତ୍ରାରେ ବେଆଇନ ଚାଲାଣ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଝାରଖଣ୍ଡ ରାଜ୍ୟର ଗୋବର୍ଦ୍ଧନ ସିଂ (୨୬) ଏବଂ ପାଟଣାଗଡ଼ ଥାନା ସଦର ପାଟଣାଗଡ଼ ୱାର୍ଡ ନଂ ୧୩ର ଶଙ୍କର ଯୁଗନିଆ (୪୨) ଦୁଇ ଜଣବ୍ୟକ୍ତି ପାଟଣାଗଡ଼ରୁ ବିଦେଶୀ ମଦ ଧରି ବେଆଇନ ଭାବେ ଖପ୍ରାଖୋଲ ଥାନା ଅଞ୍ଚଳକୁ କୌଣସି କୁଚିଆ ବେପାରୀକୁ ସପ୍ଲାଇ କରିବା ପାଇଁ ଆସୁଥିବା ସମୟରେ ଗମ୍ଭାରୀ ଛକ ଠାରେ ଖପ୍ରାଖୋଲ ପୋଲିସ ହାବୁଡ଼ରେ ପଡ଼ିଥିଲେ । ପୋଲିସ ଦୁଇଜଣଙ୍କୁ କାବୁ କରି ସେମାନଙ୍କ ନିକଟରୁ ୭୨ ଲିଟର ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ମଦର ଅନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନାରେ ଗୋଟିଏ ମାମଲା ଋଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ପାଟଣାଗଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ହେଉଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିବା ବେଳେ ବର୍ତ୍ତମାନ ଖପ୍ରାଖୋଲ ଅଞ୍ଚଳକୁ ପାଟଣାଗଡ଼ରୁ ବେଆଇନ ଭାବେ ସପ୍ଲାଇ ହେଉଥିବା ମଦ ଲୋକଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.