ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଘାଟନୀ ମ୍ୟାଚ୍‌ରେ ବଡମୂଲାକୁ ହରାଇ ମହଖଣ୍ଡ ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିିତ ଆନୁକୂଲ୍ୟରେ ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ମାଁ ସାହାଜୀ କଟେନ୍‌ଙ୍କ ପୀଠ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ମଶାଲ ଆଣିଥିଲେ । ପରେ ଉଦଘାଟନୀ ଉତ୍ସବରେ ଆୟୋଜକ କ୍ରିକେଟ କ୍ଲବର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ହୃଦା ମହାନନ୍ଦ, ପୂର୍ବତନ ସଂଘର ସମ୍ପାଦକ ପରମାନନ୍ଦ ଛତ୍ରିଆ, ସନନ୍ତ ଜାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ମ୍ୟାଚ୍‌ରେ ମହଖଣ୍ଡ ଓ ବଡମୂଲା ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଲେ ପ୍ରଥମେ ବଡମୂଲା ଦଳ ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ ସଂଗ୍ରହ କରିଥିବାବେଲେ ଜବାବ୍‌ରେ ମହଖଣ୍ଡ ଦଳ ବ୍ୟାଟିଂ କରି ୬ ଓଭରରେ ୨ ୱିକେଟ ହରାଇ ୫୬ ରନ ସଂଗ୍ରହ କରି ଏହି ଉଦଘାଟନୀ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । କୁଷଧ୍ୱଜ ବେହେରା ଓ ରୋଶନ ବିଶି ଖେଳ ପରିଚାଳନା କରିଥିଲେ । ଏଥିରେ ଆୟୋଜକ କମିଟୀର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

7 + 20 =