pakka

ମାଁ ଲଣ୍ଡା ବୀର ଦେବୀଙ୍କ ବଏଲ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ଏମ ଶ୍ରୀଗିଡାର ଅଧିଷ୍ଠାତ୍ରୀ ଦେବୀ ମାଁ ଲଣ୍ଡା ବୀର ଦେବୀଙ୍କ ଦଶହରା ପୂଜା ଓ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଯୁଗାର ଭୋଗ ଅର୍ପଣ କରାଯାଇଥିଲା । ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ଏ ଅଞ୍ଚଳର ମଙ୍ଗଳ କାମନା କରିଥିଲେ । ପରେ ଅଞ୍ଚଳବାସୀ ଏବଂ ଯାତ୍ରା କମିଟି ସହ ଆଲୋଚନା କରିଥିଲେ । ଦଳର ବରିଷ୍ଠ ସଭ୍ୟ ମହେନ୍ଦ୍ର କୁମାର ମେହେର, ଭାବଗ୍ରାହୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + ten =