csstore

କେଶରୀୟା ହିନ୍ଦୁ ବାହିନୀ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଝରନି ଗ୍ରାମର ଝିଅ ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସମସ୍ତ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ନେଇ ଓ ମମିତା ମେହେରଙ୍କ ପରିବାରକୁ ଉଚିତ ନ୍ୟାୟ କେମିତି ମିଳିବ ତା ସହ ସିବିଆଇ ତଦନ୍ତ ଦାବୀ ନେଇ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଭାଗିରଥୀ ଛକ ଠାରେ ଆଜି ସନ୍ଧ୍ୟା ୫ଟା ସମୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ କ୍ୟାଣ୍ଡଲ ଲାଇଟ୍ ମାର୍ଚ୍ଚ ମଧ୍ୟ କରାଯାଇଥିଲା ।

ଏଥିରେ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ରାଜ୍ୟ ସଂଗଠନ ମନ୍ତ୍ରୀ ସୁବ୍ରତ କୁଆଁର, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ପ୍ରଦୀପ ଦାସ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ପ୍ରଦୀପ ସାହୁ, ବୁଲୁ ପର୍ଦିଆ, ରାଜୁ ନାଏକ, ପ୍ରଦୀପ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା, କବି ସାହୁ, ସୁରଜ୍ ବକୁଳ, ସନଥ ପାତ୍ର, ଗଣେଶ ରଥ, ଭାସ୍କର ରାଓ , ଅଂଶୁମାନ ପଟେଲ, ପିଣ୍ଟୁ ତ୍ରିପାଠୀ, ଶମ୍ଭୁ ସୁନା ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.