pakka

ଦେଓଗାଁ କଛାରପାଲିରେ ଗଜଲକ୍ଷ୍ମୀ ପୂଜା

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡାର ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ଅଷ୍ଟମ ବର୍ଷରେ ପଦାର୍ପଣ କରିଛି । ମଙ୍ଗଳବାର ସନ୍ଧ୍ୟାରେ ସୋନଗଡ଼ ନଦୀରୁ ଜଳ ପୂର୍ଣ୍ଣ କଳସ ଆଣିବା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଜନ୍ମଜୟ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ପୂଜା ସାହୁ କର୍ତ୍ତା ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ପଣ୍ଡିତ ବାଳକୃଷ୍ଣ କର ପୂଜାକାର୍ଯ୍ୟ ସମ୍ପାଦନା କରୁଛନ୍ତି । ପୂଜା ପରିଚାଳନା କମିଟିର ସଭାପତି ସତ୍ୟବାହାନ ସାହୁ ଥିବା ବେଳେ ଉପ ସଭାପତି ଶ୍ରୀନାଥ ସାହୁ, ସମ୍ପାଦକ ଶେଷଦେବ ମେର୍ଲ୍ଲୀ, କୋଷାଧ୍ୟକ୍ଷ ରମେଶ ସାହୁ, ସହସମ୍ପାଦକ ସ୍ୱାଧୀନ ବସ୍ତିଆ ଦାୟିତ୍ୱରେ ରହିଥିବା ନେଇ ପ୍ରଗତି ଯୁବକ ସଂଘ ପକ୍ଷରୁ ସୂଚନା ମିଳିଛି ।

pp
Leave A Reply

Your email address will not be published.

five + 17 =