pakka

କୁଲତା ସମାଜର ନୂତନ କାର୍ଯ୍ୟକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଉପରଝର ଆଞ୍ଚଳିକ କୁଲତା ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବୈଠକ ପୂର୍ବରୁ ମାଁ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ଅଞ୍ଚଳର ଶତାଧିକ କୁଲତା ସମାଜର କର୍ମୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତରେ ଆଜି ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସୁବାଷ ବିଶ୍ୱାଲ, ସମ୍ପାଦକ- ସୂର୍ଯ୍ୟମଣି ବୁଧିଆ, ଉପସଭାପତି- ବାଞ୍ଛାନିଧି ସାହୁ, କୁଷାଧ୍ୟାକ୍ଷ- ରାଜେନ୍ଦ୍ର ବିଶ୍ୱାଲ, ଯୁଗ୍ମ ସମ୍ପାଦକ- କୁବେର ପଧାନ, ଜିଲ୍ଲା ସଭ୍ୟ- ପଙ୍କଜ ପଧାନ, ଉପଦେଷ୍ଟା ସଭ୍ୟ- କଲାକାହ୍ନୁ ସାହୁ, ଧର୍ମୁ ପଧାନ, ରାମଚନ୍ଦ୍ର ସାହୁ, ବୁଡୁ ପଧାନ, ନେହୁର ବିଶ୍ୱାଲ, ମହିଳା ସଭ୍ୟା- ସୁଭଦ୍ରା ପଧାନ, ରଚନା ବାରିକ, ଦେବକୀ ସାହୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଉକ୍ତ ସଭାକୁ ରାଧାକାନ୍ତ ପଧାନ, କଲାକାହ୍ନୁ ସାହୁ, ଶିବ ପ୍ରସାଦ ବାରିକ, ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 − four =