pakka

ଖପ୍ରାଖୋଲ ପୋଲିସ ଦ୍ୱାରା ତିନି ମୋବାଇଲ ଲୁଟେରା ଗିରଫ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କଠାରୁ ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗକୁ ଖପ୍ରାଖୋଲ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ଗିରଫ ମୋବାଇଲ ଲୁଟେରାମାନେ ହେଲେ ପାଟଣାଗଡ ଥାନା ବାଞ୍ଜିଝାଲ ଗାଁର ଉତ୍ତମ ଓରଫ ଅମନ୍ ବରିହା (୨୫), ରାତୁ ବରିହା (୨୫) ଓ ରଞ୍ଜିତ ବଗର୍ତ୍ତି (୨୨) । ସୂଚନା ଅନୁସାରେ ଶ୍ରାବଣ ମାସ ପାଇଁ ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ର ସୁଯୋଗ ନେଇ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ରବିବାର ଜଣେ ଶ୍ରଦ୍ଧାଳୁଙ୍କୁ ଭୟ ଦେଖାଇ ମୋବାଇଲ ଲୁଟ କରିଥିଲେ ଲୁଟେରା । ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ରବିବାର ମଧ୍ୟରାତ୍ରରେ ହରିଶଙ୍କରଠାରୁ ଦୁଇଜଣକୁ ଗିରଫ କରିଥିବା ବେଳେ ସୋମବାର ମଧ୍ୟାହ୍ନ ସମୟରେ ପାଟଣାଗଡ଼ଠାରୁ ଜଣକୁ ମୋଟର ସାଇକେଲ ସହ ଗିରଫ କରାଯାଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୪୨/୨୦୨୩ରେ ଏକ ମାମଲା ରୁଜୁ କରି ସୋମବାର ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ପାର୍ବଣ ଋତୁରେ ଅସାମାଜିକ ଓ ଅପରାଧୀ ତତ୍ତ୍ଵଙ୍କଠାରୁ ସୁରକ୍ଷିତ ରହିବା ସକାଶେ ସନ୍ଦେହଜନକ ପରିସ୍ଥିତିରେ ବୁଲୁଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ଖପ୍ରାଖୋଲ ଥାନାଧିକାରୀ ପରାମର୍ଶ ଦେଇଛନ୍ତି ।

jay balangir
Leave A Reply

Your email address will not be published.

13 + seventeen =

error: Content is protected !!