csstore

ସିଆର୍‌ପିଏଫ୍‌ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ “ହର ଘର ତିରଙ୍ଗା” ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବାଲାଙ୍ଗିର ସହରର ୧୮୯ ବାଟାଲିୟନ, ସିଆର୍‌ପିଏଫ୍‌ ପକ୍ଷରୁ ହର ଘର ତିରଙ୍ଗା ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି ସିଆର୍‌ପିଏଫ୍‌ ମୁଖ୍ୟାଳୟରୁ ଆରମ୍ଭ ହୋଇ ଦୈନିକ ବଜାର, ସମଲେଶ୍ୱରୀ ମନ୍ଦିର, ପାଟନା ଛକ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସିଆର୍‌ପିଏଫ୍‌ ମୁଖ୍ୟାଳୟରେ ଶେଷ ହୋଇଥିଲା । ଏହି ରାଲିରେ ମ୍ୟୁନିସିପାଲିଟି ଚେଆର୍‌ମେନ୍‌ ଶ୍ରୀମତୀ ଲିକା ସାହୁଙ୍କ ସହ ସ୍ଥାନୀୟ ଲୋକେ ତଥା ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ରାଲିରେ ସ୍ୱେଚ୍ଛାସେବୀ ଗୋଷ୍ଠୀ ଓରିଅର୍ ଗ୍ରୁପ୍ ଏବଂ ଆଇଟିଆଇ କଲେଜର ଶିକ୍ଷକ ଓ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ୧୮୯ ବାଟାଲିୟନର ଦ୍ୱିତୀୟ କମାଣ୍ଡିଂ ଅଫିସର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏଁ “ହର୍‌ ଘର୍‌ ତିରଙ୍ଗା” କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶ ସ୍ୱାଧୀନତାର ୭୭ତମ ବର୍ଷ ପାଳନ କରିବାକୁ ଯାଉଛି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଲୋକଙ୍କୁ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରାଯାଇଛି ।

jayashree
Leave A Reply

Your email address will not be published.