pakka

ନେହେରୁ ଯୁବ କେନ୍ଦ୍ରର ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ କଲ୍ୟାଣ ମଣ୍ଡପଠାରେ ସୋମବାର ନେହେରୁ ଯୁବ କେନ୍ଦ୍ର ବରଗଡ଼ (କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାର) ଓ ଇନକ୍ଲୁସିଭ ଏକ୍ସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଯୁବ ସମ୍ବାଦ ଇଣ୍ଡିଆ ଆଟ୍‌ ୨୦୪୭ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଯୁବ ଅଧିକାରୀ ରୋଶନ ଟଣ୍ଡନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ୧୮୯/ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ନନ୍ଦଲାଲ ମିନା, ସମ୍ମାନିତ ପାଇକମାଲ ଥାନା ଆଇଆଇସି ସୁଶାନ୍ତ ବଢ଼େଇ,
ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପ୍ରକୃତି ବନ୍ଧୁ ତଥା ଜନକଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟ ବଡ ଶତପଥି,
ଅଧ୍ୟାପକ ସୁଶାନ୍ତ ମିଶ୍ର, ମୁଖ୍ୟବକ୍ତା ବାଞ୍ଛାନିଧି ପଣ୍ଡା ଯୋଗଦେଇ ନୃସିଂହ ଭଗବାନଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଭାରତ ରାଷ୍ଟ୍ର ନିର୍ମାଣରେ ଯୁବ ଶକ୍ତିର ଯୋଗଦାନର ଆବଶ୍ୟକତା ଅଛି । ଏମାନେ ହେଉଛନ୍ତି ରାଷ୍ଟ୍ରର ମେରୁଦଣ୍ଡ ଯୁବଶକ୍ତିର ଅବକ୍ଷୟ ହେଲେ ରାଷ୍ଟ୍ର ଦୁର୍ବଳ ହୁଏ, ତେଣୁ ଯୁବଶକ୍ତି ଉଚିତ୍ ମାର୍ଗରେ ଯାଇ ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବା ଉଚିତ୍, ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର ପଞ୍ଚ ପ୍ରାଣ ବିଷୟରେ ମାର୍ଗ ଦର୍ଶନ ଦେବା ସହ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପରେ ଭାରତ ବିଶ୍ଵଗୁରୁ ହେବାର ଉଜ୍ଜ୍ୱଳ ସମ୍ଭାବନା ଦେଖାଯାଉଛି ବୋଲି ବକ୍ତାଗଣ ପ୍ରକାଶ କରିଥିଲେ । ସଭା ପରିଚାଳନା କରିଥିଲେ ସମାଜସେବୀ ସରୋଜ ସାମଲ ଓ ସହଯୋଗ କରିଥିଲେ ତ୍ରିଲୋଚନ ଶତପଥୀ । ଏଥିରେ ଜିଲ୍ଲାର ବିଭିନ୍ନ ଯୁବକ ସଂଘରୁ ପ୍ରାୟ ୨୫୦ ଜଣ ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମେରି ମାଟି ମେରା ଦେଶ ପାଇଁ ମନ୍ଦିର ପରିସରରେ ସିଆର୍‌ପିଏଫ୍‌ର ଯବାନ ମାନେ, ଅତିଥି ମାନେ ଓ ଛାତ୍ରମାନେ ମିଳିତ ଭାବରେ ପ୍ରାୟ ୭୫ଟି ବୃକ୍ଷ ରୋପଣ କରିଥିଲେ । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ନନ୍ଦଲାଲ୍ ମିନାଙ୍କୁ ଚନ୍ଦନ ତିଲକ, ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ପରିଚାଳନାରେ ସହଯୋଗ କରିଥିଲେ ଅନିଲ ସାହୁ, ବିଜୟ ହୋତା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପାଇକମାଲ ସହରର ସମାଜସେବୀ ସରୋଜ ସାମଲ ।

jay balangir
Leave A Reply

Your email address will not be published.

four × 3 =

error: Content is protected !!