pakka

ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନାର ଚେତାବନୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପାଲି ତହସିଲଦାରଙ୍କୁ ଦାବୀ କରିଲା ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ବରପାଲି ବ୍ଲକ୍ କମିଟି । ଏହି ଅବସରରେ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନାର ବରପାଲି ବ୍ଲକ୍ ସଭାପତି ତ୍ରିଲୋଚନ ଭୁଏ, ଅଜିତ୍ ରାଏ, ଗଜିନ୍ ଭୁଏ, କୁମର ଭୁଏ, ଯୁଧିଷ୍ଠିର ମାଝୀ, ଗିରିଧାରୀ ସେଠ୍ ଉପସ୍ଥିତ ଥିଲେ । ବରମକେଲା ଗ୍ରାମ ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଭୂମିହୀନ ଆଦିବାସୀ ଓବିସି ଦଳିତମାନେ ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ସିଲିଂ ଜମି ପାଇଛନ୍ତି, ହେଲେ ତାଙ୍କୁ ନେଟ୍ ପଟ୍ଟା ନ ମିଳିବାରୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଖବର କାଗଜରେ ମଧ୍ୟ ପ୍ରଚାର ପ୍ରସାର ହେଉଛି, କିନ୍ତୁ କିଛି କାର୍ଯ୍ୟ କାର୍ଯ୍ୟକାରୀ ହେଉ ନାହିଁ । ଯେଉଁମାନଙ୍କ ଇଣ୍ଟିମେସନ୍ ଅର୍ଡର୍ ଆସିଛି ସେହି ହିତାଧିକାରୀମାନଙ୍କୁ ୧୫ ଦିନ ମଧ୍ୟରେ ତୁରନ୍ତ ନେଟ୍ ପଟ୍ଟା ପ୍ରଦାନ କରାଯାଉ ନ ହେଲେ ଆସନ୍ତା ସେପ୍ଟେମ୍ବର ମାସରେ ବରପାଲି ତହସିଲ୍ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଘେରାଉ କରାଯିବ ବୋଲି ସଂଘର ସଭାପତି ତ୍ରିଲୋଚନ ଭୁଏ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

five × one =

error: Content is protected !!