pakka

ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଲୁଟି ନେଇଥିବା ଅଭିଯୋଗ

bbehera

କାମାକ୍ଷାନଗର : ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ଅଭିମନ୍ୟୁ ସାହୁ । ଜିରାଳରୁ ବ୍ୟବସାୟୀ ଅଭିମନ୍ୟୁ ସାହୁ ପିକଅପ୍ ଭ୍ୟାନରେ କଟକ ଯାଉଥିଲେ । ପଣ୍ଡୁଆ ଫାଣ୍ଡି ନିକଟରେ ପିକ୍‌ଅପ୍‌କୁ ୩ ଜଣ ଦୁର୍ବୃତ୍ତ ଅଟକାଇଥିଲେ । ଅଭିମନ୍ୟୁଙ୍କୁ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ତାଙ୍କ ଠାରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିମନ୍ୟୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

19 + three =