pakka

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ବଚ୍ଛତା ଓ ପରିବେଶକୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ବ ଓ ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସନ୍ତୋଷ ମହାପାତ୍ର, ସହ-ସମ୍ପାଦକ ଅକ୍ଷୟ ଜେନା ଏବଂ ସଂଗଠନ ପରିଚାଳନା ସମ୍ପାଦକ ହିମାଂଶୁ ମହାପାତ୍ର ପ୍ରମୁଖ ମଂଚାସୀନ ରହି ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ସୁବାସ ସିଂହଙ୍କ ବିୟୋଗରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମାଜ ପ୍ରତି ପ୍ରତିବଦ୍ଧତା, ଗୁରୁଦାୟିତ୍ୱ ସୁନ୍ଦର ଭାବରେ ସଂଚାଳନ କରି ପାରିବାର ନିଷ୍ଠାରେ ଅଭିଭୂତ ହୋଇ ଅନୁଷ୍ଠାନ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କ୍ଷୀରୋଦ କୁମାର ବେହେରା ଓ ଓଡିଶା ବନବିଭାଗର ଉଦ୍ୟାନବିତ ନେଲସନ ବାବୁଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ଜଣଙ୍କୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ନାଗରିକ ସର୍ବଶ୍ରୀ ପି ସି ମିଶ୍ର ଓ କେ ବି ମିଶ୍ର ସମ୍ମାନିତ କରିଥିଲେ । ପରେ ବର୍ଷର ନିୟମିତ କାର୍ଯ୍ୟକ୍ରମରେ ଯୋଗଦେଇ ଯେଉଁ ମାନେ କ୍ଲିନ୍ ଆଣ୍ଡ ଗ୍ରୀନ୍‌କୁ ମହାନଗର ରାଉରକେଲାରେ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇ ପାରିଛନ୍ତି, ସେମାନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସଦସ୍ୟ ମାନେ ହେଲେ ସର୍ବଶ୍ରୀ ଦିନେଷ ସିଂହ, ପ୍ରଦୀପ ପାତ୍ର, ଚନ୍ଦ୍ରକାନ୍ତ, ସୁକୁ କିଣ୍ଡୋ, ବିଶିକେଶନ, ରମେଶ ସାହୁ, ପ୍ରଫୁଲ୍ଲ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ପ୍ରଶାନ୍ତ ଧଳ, ସାବିତ୍ରୀ ସାହୁ, ଗୀତା ନାୟକ, ମିନତୀ ବେହେରା, ପ୍ରଦୀପ ପଟ୍ଟନାୟକ ଓ ହିମାଂଶୁ ମହାପାତ୍ର । ସୃଜନ ଓ ଦାୟିତ୍ୱ ପୂର୍ଣ୍ଣ ସମ୍ବାଦ ପରିବେଷଣ ପାଇଁ ସମାଚାର ବଂଧୁ ଭାବେ କୁଞ୍ଜବିହାରୀ ରାଉତ ଓ ଅନନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ସହ-ସମ୍ପାଦକ ଅକ୍ଷୟ ଜେନା ବାର୍ଷିକ ଉତ୍ସବ ସଫଳ ଆୟୋଜନ ପାଇଁ ସର୍ବଶ୍ରୀ ଅଶୋକ ପଟେଲ, ମନୋଜ ନାୟକ ଏବଂ ପ୍ରଦୀପ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ତା’ ସହିତ ପ୍ରତିକୂଳ ପାଗ ସତ୍ତ୍ୱେ ସଦସ୍ୟମାନଙ୍କ ଉତ୍ସାହଜନକ ଉପସ୍ଥିତି ପାଇଁ ପ୍ରଶଂସା କରିଥିଲେ । ଶେଷରେ ସମବେତ ଜାତୀୟ ସଙ୍ଗୀତ ଗାନ ସାଗର ପାଣି ଏବଂ ସ୍ମିତା ମିଶ୍ରଙ୍କ ତତ୍ତ୍ୱବଧାନରେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.

3 × 3 =