pakka

ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ : କ୍ଷେତ୍ର ପରିଦର୍ଶନ ଓ ଆକାକ୍ଷୀଂ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଡ. ସି.ଏସ୍‌. କୁମାର ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ଅବସରରେ ପ୍ରଥମେ ସେ ଜାତୀୟ ଉଦ୍ୟାନ ମିଶନ ଅନ୍ତର୍ଗତ ସମନ୍ୱିତ ଉଦ୍ୟାନ କୃଷି ବିକାଶ ଅଭଯାନ ଜରିଆରେ ବିଜାଖମନଠାରେ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ କଦଳୀ ପଚେଇବା ଚେମ୍ବର ପରିଦର୍ଶନ କରିଥିଲେ । ପରେ ସେ ଲୋଇସିଂହା ଅନ୍ତର୍ଗତ ବାନିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ତଥା ଗ୍ରାମବାସୀଙ୍କ ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ବଭିନ୍ନ ଉନ୍ନୟନ ଓ ଜନହିତକର ଯୋଜନା ନିମନ୍ତେ ପଞ୍ଚାୟତକୁ ଆସୁଥିବା ଅର୍ଥକୁ ସୁବିନିଯୋଗ କରିବା ସହ ଅନାବଶ୍ୟତାକୁ ଦୃଷ୍ଟି ରଖି ଯୋଜନା ଗୁଡିକୁ ପ୍ରାଧାନ୍ୟ ଦେବା ଉପରେ ସେ ପରାମର୍ଶ ଦେଇଥିଲେ । ପରେ ସେ ବାଦିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ପ୍ରସୁତି ଗୃହ, ଯୋଗ ଏବଂ ଧ୍ୟାନ କେନ୍ଦ୍ର, ରୋଗୀଙ୍କ ସମ୍ପର୍କିୟ ପାଇଁ ଉର୍ଦ୍ଧିଷ୍ଟ ପ୍ରତିକ୍ଷାଳୟ ଇତ୍ୟାଦି ପରିଦର୍ଶନରେ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାରା ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେ ବୁଢିପଦର ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ଯାଇ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ, ଶିଶୁ ମାନଙ୍କ ଯତ୍ନ ଓ ଅଭିବୃଦ୍ଧି ତଥା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟକାରିତା ସର୍ମ୍ପକରେ ଅଙ୍ଗନବାଡି କର୍ମୀ, ସିଡିପିଓ ଏବଂ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ରାମପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟକୁ ତଦାରଖ କରିଥଇଲେ । ସେଠାରେ ସେ ଶିକ୍ଷଣ ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳାଫଳ, ଭିତ୍ତିଭୂମି ଆଦି ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ବିଷୟରେ ଦୁର୍ବଳଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପରେ ସେ ଆଗଲପୁର ବ୍ଲକ ଅନ୍ତର୍ଗତ ବକ୍‌ଟି ଗ୍ରାମକୁ ଯାଇ ସେଠାରେ ଥିବା ଘାସ ଚାଷ ଏବଂ କ୍ଷୀର ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ପରେ ସେ ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ତଥା ପରୀକ୍ଷା ଫଳ ଇତ୍ୟାଦି ସମ୍ପର୍କରେ ଆଷଳାଚନା କରିଥିଲେ । ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ୫ ଗୋଟି ବିଷୟର ବିଭିନ୍ନ ମାନଦଣ୍ଡର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୩ ଗୋଟି ମାନଦଣ୍ଡ, ଶିକ୍ଷା ଅନ୍ତର୍ଗତ ୮ ଗୋଟି ମାନଦଣ୍ଡ, କୃଷି ଓ ଜଳ ସଂପଦ ଅନ୍ତର୍ଗତ ୧୦ ଗୋଟି ମାନଦଣ୍ଡ, ମୌଳିକ ଭିତ୍ତିଭୂମି କାର୍ଯ୍ୟକ୍ରମ ଅନ୍ତର୍ଗତ ୭ ଗୋଟି ମାନଦଣ୍ଡ ଓ ଆର୍ଥିକ ଅନ୍ତଭୁକ୍ତିକରଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧ ଗୋଟି ମାନଦଣ୍ଡ ଜରøିଆରେ ବଲାଙ୍ଗିରଆକାକ୍ଷୀଂ ଜିଲ୍ଲାରେ ଅଦ୍ୟାବଧି ହୋଇଥିବା ଅଗ୍ରଗତି ସମ୍ପର୍କରେ ସମାକ୍ଷା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୁଡିକର ସଫଳରେ ରସାୟନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ପ୍ରଭାରୀ ଡ. ସି.ଏମ୍‌ କୁମାରଙ୍କୁ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରଣା ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା କାର୍ଯ୍ୟକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ଅବଗତ କରିଥିଲେ । ବୈଠକରେ ପି.ଡି ଡିଆର୍‌ଡିଏ ସୁଶାନ୍ତ କୁମାର ସିଂଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସଂପଦ, ସମାଜ ମଙ୍ଗଳ, ସଂପାଦକ ସୁରକ୍ଷା, ଦକ୍ଷାତା ବିକାଶ ଆଜି ବିକାଶ ଆଦି ବିଭାଗର ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 5 =