ବଲାଙ୍ଗିରରେ ‘ବଡ଼ ଖବର’ର ଲଗୋ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀ ଅବସରରେ ୨୪ ଘଣ୍ଟିଆ ସାଟେଲାଇଟ୍ ନ୍ୟୁଜ୍ ଚେନେଲ ବଡ଼ ଖବର ଲୋକାର୍ପିତ ହୋଇଛି । ଏ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ପୂଜାଚ୍‌ଚ୍ଚର୍ନା କରାଯାଉଥିବା ବେଳେ ବଲାଙ୍ଗିରରେ ମଧ୍ୟ ଲଗୋ ପୂଜା କରାଯାଇଛି । ସହର ନିକଟସ୍ଥ ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଥିବା ଚଣ୍ଡୀ ମନ୍ଦିରରେ ବଡ଼ ଖବରର ଲାଗୋ ପୂଜା କରାଯାଇଛି । ମନ୍ଦିରର ମୁଖ୍ୟ ପୂଜକ ରାଜ ନାରାୟଣ ନନ୍ଦ ଧୂପ, ଦୀପ ପ୍ରଜ୍ବଳନ ଓ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ। ଏହି ଲଗୋ ପୂଜା ଅବସରରେ ସମାଜସେବୀ ଡ଼. ଶ୍ରୀକର ମିଶ୍ର, ‘କୋଶଳ ପ୍ରବାହ’ର ସମ୍ପାଦକ ଆନଂଦ ଚଂଦ୍ର ସାହୁ, ବରିଷ୍‌ଷ୍ଠ ସା‌ମ୍ବାଦିକ ଗୋପାଳ ପ୍ରଧାନ, ଶେଖ୍ ମହମ୍ମଦ ୱାହିଦ୍, ଆଇନଜୀବୀ ବାସୁଦେବ ରଥ, ବିଲାଇସର୍ଡ ରାଧେଶ୍ୟାମ ଆଞ୍ଚଳିକ ଯୁକ୍ତ କଲେଜର ଅଧକ୍ଷ ପୁରୁଷୋତ୍ତମ ଭଞ୍ଜ, ଶିକ୍ଷକ ତରଣି ପ୍ରଧାନ, ସମାଜସେବୀ ଭରତ ଭୂଷଣ ପ୍ରଧାନ ଯୋଗ ଦେଇ ଚାନେଲକୁ ଶୁଭେଚ୍ଛା ଜଣାଇବା ସହ ନିରପେକ୍ଷ ଓ ତଥ୍ୟ ଭିତ୍ତିକ ଖବର ପରିବେଷଣ କରିବାକୁ ମତାମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଅହମଦ, ରଣରାଜ ସିଂଦେଓ, ଦେବାଶିଷ ବାବୁ, ମନୋଜ ବିଶ୍ଵାଳ, ଉମେଶ ପ୍ରଧାନଙ୍କ ସହ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.