ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ଦେହାନ୍ତ

ଯାଜପୁର, (କେପିଏନ୍‌ଏସ୍‌) : ଯାଜପୁର ସହର ପାଇଁ ଏକ ଦୁଃଖଦ ଖବର । ପୌରପାଳିକାର ସ୍ୱାସ୍ଥ୍ୟକର୍ମୀ ଲୋକେଶ ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଥିବା କୁହାଯାଇଛି । କରୋନା ସଂକ୍ରମଣ ସମୟରେ ସେ ପୌରପାଳିକା ଅଂଚଳରେରେ ଦାୟିତ୍ୱ ନିର୍ବାହ କରୁଥିଲେ। ସମସ୍ତ କୋଭିଡ କେୟାର୍ ସେଣ୍ଟରର ତଦାରଖ କରିବା ତଥା ପଜିଟିଭ୍ ଚିହ୍ନଟ ରୋଗୀଙ୍କ ହୋମ ଭିଜିଟ୍ ଆଦି କାମରେ ସେ ନିୟୋଜିତ ହୋଇଥିଲେ । ମୃତ କରୋନା ଯୋଦ୍ଧାଙ୍କୁ ବାରୁଣୀ ଶ୍ମଶାନରେ ଆଜି ଅପରାହ୍ନରେ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ବିଂଝାରପୁର ବ୍ଲକ୍‌ ଶାସନପଡା ଅଞ୍ଚଳରେ ତାଙ୍କ ଘର ବୋଲି ସୂଚନାରେ କୁହାଯାଇଛି । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.