କଟକଣା ସହ ସର୍ଗିପାଲିରେ ଜାନା ବୁଢ଼ା ଯାତ୍ରା ସମ୍ପନ୍ନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୁଇ ଦିନ ଧରି ଚାଲିଥିବା ଜାନା ବୁଢ଼ା ଯାତ୍ରା କଟକଣା ସହ ପାଳିତ ହୋଇଯାଇଛି । ଉକ୍ତ ଯାତ୍ରା ଦଶହରା ମାସରେ ପାଳନ କରାଯାଇଥାଏ ଏବଂ ଏହା ଷୋହଳ ଦିନ ଧରି ପୂଜା ବିଧି କରିବା ସହ ବହୁ ଆଡ଼ମ୍ବରେ ପାଳନ କରାଯାଇଥାଏ । କିନ୍ତୁ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ସାମାଜିକ ଦୂରତା ଅବଲମ୍ବନ କରି ପାଳନ କରାଯାଇଛି । ଉକ୍ତ ପୂଜାକୁ ବହୁ ମାନସିକଧାରୀ ଆସିଥାନ୍ତି, କିନ୍ତୁ ଏବର୍ଷ ତାହା ଅନୁମତି ଦିଆଯାଇ ନଥିଲା । ଫଳରେ ଭ‌କ୍ତମାନେ ନିଜ ନିଜ ଘରେ ପ୍ରଭୁଙ୍କ ପୂଜାବିଧି କରିଥିଲେ । ସୂଚନା ଏହି କି ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଉକ୍ତ ଯାତ୍ରା ହୋଇଥାଏ । ପ୍ରତି ବର୍ଷ ପରି ଏବର୍ଷ ମା’ ସମଲେଶ୍ଵରୀଙ୍କ ମନ୍ଦିରରୁ ପାଟସିନ୍ଦୁର ଆସିଥିବା ବେଳେ ସମିତି ଭକ୍ତଙ୍କ ଦ୍ଵାରା ପୂଜା ସମ୍ପନ୍ନ କରାଯାଇଛି । ଉକ୍ତ ଯାତ୍ରାରେ ପୂଜକ ବିଶ୍ଵାମିତ୍ର ଭୋଇ ପୂଜାବିଧି କରିଥିବା ବେଳେ ଗୁଣନିଧି ଭୋଇ ଦେହେରୀ ଦାୟିତ୍ବ ନିର୍ବାହ କରିଥିଲେ । ମନୁ ଭୋଇ, ପଦୁ ଭୋଇ, ସୈାଦାଗର ପ୍ରଧାନ, କ୍ଷମାନିଧି ପଧାନ, ମକରଧ୍ୱଜ ମନହୀରା, ଜଳନ୍ଧର ଭୋଇ, ତ୍ରିନାଥ ପଧାନ ଓ ସର୍ଗିପାଲି ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.