pakka

ଲେଡି ଲାୟନ ତରଫରୁ ଗ୍ରୀଷ୍ମ ସୃଜନଶୀଳତା ଶିବିର ଉଦଯାପିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଝିରପାଣି ଅଂଚଳର ମହିଳା ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଗ୍ରୀଷ୍ମ ସୃଜନଶୀଳତା ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିର ଗତ ୧ ତାରିଖରୁ ୧୦ତାରିଖ ପର୍ୟ୍ୟନ୍ତ ଚାଲିଥିଲା । ଏହି ୧୦ ଦିନିଆ ଶିବିରରେ ସ୍ଥାନୀୟ ଅଂଚଳର ମହିଳାମାନଙ୍କୁ ବିଭିନ୍ନ ଦିନରେ ରୋଷେଇ, ପିଠା ପ୍ରସ୍ତୁତି, ଗୃହ ସଜ୍ଜା, ପୁଷ୍ପଗୁଚ୍ଛ ପ୍ରସ୍ତୁତି, ଆତ୍ମରକ୍ଷା କୌଶଳ, ମହମବତୀ ପ୍ରସ୍ତୁତି, ନୃତ୍ୟ, ସଂଗୀତ, ସୌନ୍ଦର୍ୟ୍ୟ, ସିଲେଇ ଓ ଯୋଗ ଇତ୍ୟାଦି ସଂପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଝିରପାଣି ପଞ୍ଚାୟତ କାର୍ୟ୍ୟାଳୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ସୁଶ୍ରୀ କବିତାଙ୍କ ସଂଯୋଜନାରେ ପ୍ରାକ୍ତନ ନଗରପାଳ ତଥା ବିଜେପି ନେତା ନିହାର ରାୟ, ଝିରପାଣି ସରପଞ୍ଚ ଅଜିତ ତିର୍କୀ, କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାଶ, ହେମା ଏକ୍କା, ଅଶୋକ କକ୍କଡ, ଏସ ଏନ ଅଗ୍ରୱାଲ, ରାହୁଲ ମହାନ୍ତି ଓ ସତ୍ୟବାନ୍ ସାହୁ, ଇପ୍ସିତା ବିଶ୍ବାଳ, ସୁନିତା ଲାକ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ସ୍ଥାନୀୟ ଅଂଚଳର ମହିଳା ମାନଙ୍କୁ ଆତ୍ମବିଶ୍ବାସ ଓ ରୋଜଗାର କ୍ଷମ କରିବାରେ ଏହି ଶିବିର ସାହାଯ୍ୟ କରିବ ବୋଲି ମତରଖିଥଲେ। ବିଭିନ୍ନ ଦିନରେ ଏକ୍ସପର୍ଟ ଭାବେ ମୋନାଲିସା ଗୁପ୍ତା, ସୋନାଲୀ ପ୍ରଧାନ, ସୁବ୍ରତ ଭୂୟାଁ, ରାଜୀବ ସିଂ, ଶ୍ରୀକାନ୍ତ ସୁନା ପ୍ରମୁଖ ଯୋଗଦେଇଥିବା ବେଳେ ଶେଷରେ ପ୍ରତିଯୋଗିତା ଗୁଡିକର ମୂଲ୍ୟାୟନ କରିଥିଲେ ନିରୁପମା ପତି ଓ ସୁଷମା କୋହଲେ। କାର୍ୟ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସଞ୍ଜୟ ସାହୁ,ରଂଜିତା ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କାର୍ୟ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସ୍ନେହଲତା ପାତ୍ର,ଅନୁପମା ଦାସ, ରେଖା ଗୁପ୍ତା, ସାରିକା ମାହତୋ,ରଶ୍ମିବାଳା ମାହାତୋ, ନିତ୍ୟାଞ୍ଜଳୀ ପରିଡା, ସରିତା ସିଂ, ଫୁଲମଣି ସମାଦ, ଲକ୍ଷ୍ମୀ ସ, ସାନା ଫରହୀନ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 − five =