pakka

କୁନି ଝିଅର ଉଚ୍ଚ ଆକାଂକ୍ଷା- ମୁଁ ଜର୍ଜ ହେବି ମ୍ୟାଡମ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଛୋଟ କୁନି ଝିଅ ମୁଁ ଜର୍ଜ ହେବି ମ୍ୟାଡମ ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡ ଦେବି ବୋଲି କହିଥିବା ବିଷୟ ଏପରି ଏକ ଛୋଟ ଝିଅର ଫୋଟୋ ସହ ନିଜେ ପ୍ରସାଶନିକ ଅଧିକାରିଣୀ ଝିଅକୁ ନିଜ ସିଟରେ ବସାଇ ସୋସିଆଲ ମିଡିଆରେ ଛାଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ସାନକଳଙ୍ଗାପାଲି ଗ୍ରାମର ଦେବାନନ୍ଦ ସାହୁଙ୍କ ଝିଅ ଶୁଭଶ୍ରୀସାହୁ (୧୦) ସେ ବର୍ତ୍ତମାନ ପଞ୍ଚମ ଶ୍ରେଣୀରେ ପଡ଼ୁଛନ୍ତି । ଶୁଭଶ୍ରୀ ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ପରିକ୍ଷା ଦେବା ପାଇଁ ଜୋରସୋରରେ ପ୍ରସ୍ତୁତ ଚଲାଇଛନ୍ତି । ଶୁଭଶ୍ରୀଙ୍କ ଜାତିଗତ ପ୍ରମାଣପତ୍ର ଲାଗି ଗତ ୬ ଜାନୁୟାରୀ ଦିନ ବାପା ମା’ଙ୍କ ସହ ପାଟଣାଗଡ଼ ଯାଇଥିଲେ ବୋଲି ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ସାହୁ କହିଛନ୍ତି । ଜାତିଗତ ପ୍ରମାଣପତ୍ର ପାଇଁ ତହସିଲଦାରଙ୍କ ଦସ୍ତଖତ ଆବଶ୍ୟକ ବୋଲି ଶୁଭଶ୍ରୀଙ୍କ ବାପା କହିବା ଶୁଭଶ୍ରୀ ଶୁଣିଥିଲେ । ତହସିଲ ଅଫିସରେ ଭିଡ଼ି ଥିବାରୁ ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ଓ ମା’ ପୁଷ୍ପାଞ୍ଜଳି ସାହୁ ପାଟଣାଗଡ଼ କୋଟ ପରିସରରେ ବସିଥିବା ବେଳେ ଶୁଭଶ୍ରୀ ହଠାତ୍ ତହସିଲଦାରଙ୍କ ଅଫିସ ମଧ୍ୟକୁ ପଶିଯାଇଥିଲେ । ଶୁଭଶ୍ରୀଙ୍କୁ ଦେଖି ତହସିଲଦାର ଡ ପୁଷ୍ପାଞ୍ଜଳି ପଣ୍ଡା ନିଜ ସିଟ୍‌ରେ ବସାଇ କାହିଁ ଆସିଛ ଓ କେତେ ପଢୁଛ ବୋଲି ପଚାରିଥିଲେ । ଶୁଭଶ୍ରୀ ନିଜ ପରିଚୟ ଦେବା ସହ ମୁଁ ପଞ୍ଚମ ଶ୍ରେଣୀରେ ପଢ଼ୁଛି ଆଉ ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ପଢିବାକୁ ପ୍ରସ୍ତୁତ ଚଲାଇଥିବା କହିବା ସହ ଶୁଭଶ୍ରୀ ମୁଁ ଜର୍ଜ ହେବି ମ୍ୟାଡମ ବୋଲି କହିଥିଲେ । ତହସିଲଦାର ଡ଼ ପଣ୍ଡା ଅନ୍ୟ ଚାକିରି ନକରି ଜର୍ଜ କାହିଁକି ହେବ ବୋଲି ପ୍ରଶ୍ନ କରିବାରୁ ଦୁନିଁଆରେ ବହୁତ ଅପରାଧ ଘଟୁଛି ମୁଁ ୟୁଟ୍ୟୁବରେ ଦେଖିଛି ତେଣୁ ମୁଁ ଜର୍ଜ ହେବି ମ୍ୟାଡମ ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡ ଦେବି ବୋଲି କହିଥିଲେ ଶୁଭଶ୍ରୀ । ଗ୍ରାମାଞ୍ଚଳରୁ ଆସି କୁନି ଝିଅ ଶୁଭଶ୍ରୀ ଏପରି ନିର୍ଭୟରେ କହିଥିବାରୁ ତହସିଲଦାର ଡ଼ ପଣ୍ଡା ଶୁଭଶ୍ରୀଙ୍କୁ ନିଜ ସିଟ୍‌ରେ ବସାଇ ବାଦାମ ଖୁଆଇବା ସହ ଏକ ପେନ୍ ଦେଇଥିଲେ ବୋଲି ଶୁଭଶ୍ରୀ କହିଛନ୍ତି । ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ମଧ୍ୟ ତହସିଲଦାର ଡ଼ ପଣ୍ଡାଙ୍କୁ ଧନ୍ୟବାଦ ଦେବା ସହ ଝିଅ ଶୁଭଶ୍ରୀର ଉଚ୍ଚ ଆକାଂକ୍ଷା ପୁରଣ କରିବା ଦିଗରେ ପ୍ରଶାସନର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.

5 × 5 =