pakka

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ କ୍ରାନ୍ତି ଦିବସ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ କ୍ରାନ୍ତି ଦିବସ ଆଜି ସ୍ତାନୀୟ ଗାନ୍ଧୀ ଭବନଠାରେ ବଲାଙ୍ଗିର ଶାଖା ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ପାଳନ କରାଯାଇଛି । ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ଆଜିର ଦିବସ ବହୁତ ମହତ୍ୱ ରଖିଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ମ୍ୟୁନିସିପାଲିଟିର ନଗରପାଳ ଲିକା ସାହୁ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ରାଷ୍ଟ୍ର ପୂର୍ବ କ୍ଷେତ୍ର ସଂଗଠକ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ଯୋଗଦେଇ ଆଜିର ଦିବସ ଉପରେ କହିବାକୁ ଯାଇ ବିସ୍ତୃତ ରୂପରେ ଦେଶର ଐତିହାସିକ ପୃଷ୍ଠଭୂମି ଓ ଅଗଷ୍ଟ କ୍ରାନ୍ତି ଉପରେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡିଶା ପଶ୍ଚିମ ପ୍ରାନ୍ତ ଗ୍ରାହକ ପଂଚାୟତ ଅଧ୍ୟକ୍ଷ ଶଶିଭୂଷଣ ପୁରୋହିତ ବକ୍ତବ୍ୟ ରଖିଥିଲେ । ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାହକ ପଂଚାୟତର ସଭ୍ୟ ସଭ୍ୟାମାନଙ୍କ ସମେତ ମାନ୍ୟଗନ୍ୟ ବକ୍ତିବିଶେଷ ଓ ନାଗରିକମାନେ ଯୋଗ ଦେଇଥିଲେ । ଶେଷରେ ସଂଗଠନର ସାଧାରଣ ସଂପାଦକ ଅଶୋକ କୁମାର ମିଶ୍ର (ଏଡ୍‌ଭୋକେଟ) ଧନ୍ୟବାଦ ଅର୍ପଣ କରିଥିଲ । ପୂର୍ବରୁ ଭାରତମାତା ଓ ସ୍ୱାମୀ ବିବେକାନନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ଶାନ୍ତିପାଠ ପରେ ସମାପନ ହୋଇଥିଲା ।

Leave A Reply

Your email address will not be published.

ten − 5 =