pakka

ବିଶ୍ୱ ଆଦିବାସୀ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀ ସମନ୍ୱୟ ସମିତି ଓ ଆଦିବାସୀ ଅଧିକାର ମହାସଂଘର ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ଶବରୀ ନାରାୟଣ ମନ୍ଦିର, ଇନ୍ଦିରାନଗରଠାରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଆଦିବାସୀଙ୍କର ଦେବାଦେବୀ ଓ ମହାନ୍‌ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଦମୟନ୍ତି କୁମୁରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ସମ୍ମାନିତ ଅତିଥି ରୂପେ ଦ୍ୱିଜ ଦଳପତି, କାଳିନ୍ଦୀ ମାଝୀ, ରାସହାସ ବିହାରୀ ଭୋଇ ମଂଚାସୀନ ଥିବା ବେଳେ ଯଥା ବିଶ୍ୱାଳ ସଭା ପରିଚାଳନା କରିଥିଲେ । ସଭାରେ ଆଦିବାସୀମାନଙ୍କର ଅଧିକାର ଓ ସଂରକ୍ଷଣ ଉପରେ ମତାମତ ଉପସ୍ଥାପନ କରିଥିଲେ । ଏଥି ସହିତ ଆଦିବାସୀମାନଙ୍କର ପାରମ୍ପରିକ ଜ୍ଞାନ କୌଶଳର ସଂରକ୍ଷଣ ଏବଂ ଏହାର ପ୍ରସାରରେ ଆଦିବାସୀ ମହିଳାମାନଙ୍କ ଭୂମିକା ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ଶତାଧିକ ମହିଳା ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ । ଗୀତାଞ୍ଜଳି ଭୋଇ, ଶୁଶିଳା ପୁଟା, କୁଇ ଭୁଏ, କର୍ଲା ଖମନ, ପୂର୍ଣ୍ଣବାସୀ ଭୋଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଓ ଆଗାମୀ ଦିନରେ ଏକଜୁଟ ହୋଇ ଅଧିକାର ପାଇଁ ଲଢେଇ କରିବାକୁ ଶପଥ ନେଇଥିଲେ । ଶେଷରେ କାଳିନ୍ଦ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସାଙ୍ଗ କରାଗଲା ।

Leave A Reply

Your email address will not be published.

fourteen + ten =