pakka

ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ସପ୍ତାହୋତ୍ସବ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତ ଭାଷାର ପ୍ରଚାର ପ୍ରସାର, ପୁନଃ ଉତ୍‌ଥାନ, ଜନଜାଗରଣ ନିମନ୍ତେ ସଂସ୍କୃତ ଭାରତୀ ବଲାଙ୍ଗିର ଜିଲ୍ଲା ଦ୍ଵାରା ସଂସ୍କୃତ ସପ୍ତାହୋତ୍ସବ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ରୂପେ ସଂସ୍କୃତାନୁରାଗୀ ପଣ୍ଡିତ ଟିକେଶ୍ୱର ଗୁରୁ, ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଯୋଗଦେଇ ଆଧୁନିକ ଯୁଗରେ ଏହି ଭାଷାର ଅଧ୍ୟୟନ ଦ୍ଵାରା ସମାଜର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ । ସଂସ୍କୃତ ଭାରତୀର ପ୍ରାନ୍ତ ସମ୍ପାଦକ ତଥା ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରାନ୍ତ ଶିକ୍ଷଣ ପ୍ରମୁଖ ଡ଼ ମାନସ ରଞ୍ଜନ ସାହୁ ବର୍ଗ ବିବରଣୀ, ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଧର୍ମରାଜ ବାଗ ସଂସ୍କୃତର ବିଶେଷତା ବିଷୟରେ କହିଥିଲେ । ବିଭିନ୍ନ ପ୍ରତିଯୋଗିତା ଓ ସଭା ସଞ୍ଚାଳନ ବଲାଙ୍ଗିର ଜିଲ୍ଲା ସଂଯୋଜକ ତଥା ଆଦର୍ଶ ବିଦ୍ୟାଳୟ, ପଥରଚେପାର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର କରିଥିଲେ । ଗୀତ, ନୃତ୍ୟ, କଥାକଥନ, ଶ୍ଲୋକ ଉଚ୍ଚାରଣ, ତଥା ସାଧାରଣ ଜ୍ଞାନ ପରୀକ୍ଷାର କୃତି ପ୍ରତିଭାଗୀମାନଙ୍କୁ ପୁରସ୍କାର କରାଯାଇଥିଲା । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଭାଗ ନେଇ ଥିଲେ । ତପନ କୁମାର ପ୍ରଧାନ, ଦିବ୍ୟ ଥନାପତି, ରୀନା ମିଶ୍ର, ହିରାକାନ୍ତୀ ମାଝୀ, ଶ୍ୱେତପଦ୍ମା ଷଡ଼ଙ୍ଗୀ, ଟିକେଶ୍ୱର ବିଶି, ଶୋଭାଗିନୀ ସାହୁ, ପ୍ରମୁଖ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ସଂସ୍କୃତାନୁରାଗୀ ଅଭିଭାବକ ଏବଂ କାର୍ଯ୍ୟକର୍ତ୍ତା ମାନେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen − eleven =