pakka

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଓଡିଶା ମାଟିର ସଂଭ୍ରାନ୍ତ ପୁତ୍ର ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଂଚର ସଭାପତି ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଂଚର ଅନ୍ୟ କର୍ମକର୍ତ୍ତାଗଣ ସେକ୍ଟର ୧୪ସ୍ଥିତ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ତଥା ସଭାପତି ଶ୍ରୀ ପତି ଏହି ଅବସରରେ ଉଦ୍‌ବୋଧନ ଦେଇ କହିଲେ ଯେ, ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ପ୍ରକୃତିରେ ନିଜର ବାସ୍ତବବାଦୀ ଭାବନା ଯୋଗୁଁ ଗଙ୍ଗାଧର ମେହେର ବିଶିଷ୍ଟ କବି ତଥା ସଂଭ୍ରାନ୍ତ ପୁତ୍ର ଯୁଗ ଯୁଗରେ ତାଙ୍କର ଆକର୍ଷଣୀୟ ଏବଂ ଚିତ୍ରଣ ବର୍ଣ୍ଣନା ମାଧ୍ୟମରେ ପାଠକଙ୍କ ମନରେ ଗଭୀର ଆନନ୍ଦ ଏବଂ ଗଭୀର ଭାବନା ସୃଷ୍ଟି କରିଥିଲେ । ଏହା ସହ ତାଙ୍କ ଅମୂଲ୍ୟ ସୃଷ୍ଟି ତପସ୍ୱନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତି, ରସରତ୍ନାକର, କିଚକବଧ ଆଦି ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ । ସଂପାଦକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଗଙ୍ଗାଧରଙ୍କ ପ୍ରକୃତି ବର୍ଣ୍ଣନା ଓ କଳ୍ପନା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ସେ ତାହା ତାଙ୍କ ଲେଖନୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଯାହା ତାଙ୍କୁ ଚିରଦିନ ଜାଜ୍ଜୁଲ୍ୟମାନ ତାରକା ଭାବେ ମନେରଖିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରଶେଖର ପାଇକରାୟ, ଅଭିରାମ ପ୍ରଧାନ, ପ୍ରଫୁଲ୍ଲ ସାମଲ, ପ୍ରଦୀପ ବିଶୋଇ, ସୁଶ୍ରୀ ସୂର୍ଯ୍ୟସ୍ନାତା ପାଇକରାୟ, ପଞ୍ଚାନନ ପାତ୍ର, ମାନସ ପ୍ରୀତମ ରାଉତ, କୁଞ୍ଜବିହାରୀ ରାଉତ, ଗୋପାଳ କଂସାରୀ, ଜଗଦୀଶ ସାହୁ, ବାବାଜି ରାଉତ ଓ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four + 12 =