‘କୋଶଳ ପ୍ରବାହ’ ପ୍ରଭାବ : ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଗତ ୨୫ ତାରିଖରେ ‘କୋଶଳ ପ୍ରବାହ’ ପୋର୍ଟାଲ୍‌ରେ ଦୁଆନପାଲିରୁ ବେନିଆପାଲି ସେତୁ ମୁଣ୍ଡର ରାସ୍ତାରେ ଖାଲ ରହିଥିବା ଖବର ପ୍ରକାଶ ପାଇଥିଲା । ସେହି ସମସ୍ୟା ଭିତ୍ତିକ ଖବରକୁ ସମାଜସେବୀ ପ୍ରେମ ରଣା ଦେଖି ଜିଲ୍ଲା ପ୍ରଶାସନ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଟ୍ୱିଟର ଯୋଗେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପାଇବା ପରେ ଗ୍ରାମ ଉନ୍ନୟନ ବିଭାଗ ତତ୍ପରତା ଦେଖାଇ ରାସ୍ତା ମରାମତି କାମ ତୁରନ୍ତ କରାଯିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି । ତାଙ୍କ ପ୍ରତିଶ୍ର୍ରୁତି ପାଇବା ପରେ ଅଞ୍ଚଳର ଜନସାଧାରଣଙ୍କ ଖୁସି କହିଲେ ନ ସରେ । ଆଗକୁ ତାଙ୍କ ପ୍ରତିଶ୍ର୍ରୁତି ରଖିବେ ବୋଲି ଜନସାଧାରଣ ଆଶା ରଖିଛ‌ନ୍ତି ।

Leave A Reply

Your email address will not be published.