pakka

ଆବାସ ଯୋଜନାରେ କୋସଲାଞ୍ଚଲକୁ ଅବହେଳା କରାଯାଉଥିବା ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା : ଭବାନୀପାଟଣାରୁ ଆଜି ପହଞ୍ଚିଛନ୍ତି ସଇଁନ୍ତଲା ଅଭିମୁଖେ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଆବାସ ଯୋଜନାରେ କୋସଲାଞ୍ଚଳକୁ ଅବହେଳା କରାଯାଉଥିବା ନେଇ ଅନେକ ହିତାଧିକାରୀମାନେ ବଞ୍ଚିତ ହୋଇଥିବା ନେଇ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ବେଳେ ଗତକାଲି ଭବାନୀପାଟଣା ଠାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ କୋସଲ ଯୁବ ସମନ୍ୱୟ ସମିତି ପକ୍ଷରୁ ପଦଯାତ୍ରା ପାଇଁ ଆରମ୍ଭ ହୋଇଥିବା ବେଳେ ଆଜି ସଇଁନ୍ତଲା ପର୍ଯ୍ୟନ୍ତ ପହଞ୍ଚିଛନ୍ତି କୋସଲ ସମନ୍ୱୟ ସମିତିର କୋସଲ ସଂଗ୍ରାମୀମାନେ । ତେବେ କୋସଲ ରାଜ୍ୟ ସମ୍ପାଦକ ସିପୁନ ଖମାରୀଙ୍କ ନେତୃତ୍ୱରେ କୋସଲ ସମନ୍ୱୟ ସମିତି ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ରଞ୍ଜନ ଖୁଆସ ସମେତ ଶତାଧିକ ଲୋକେ ସାମିଲ ହୋଇଛନ୍ତି । ଯୁବ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟ ପାଇଁ ପ୍ରାୟ ୮ ଲକ୍ଷ ୧୭ ହଜାର ୪୪୪ଟି ପ୍ରଧାନମନ୍ତ୍ରୀ ଆବାସ ଘୋଷଣା କରାଯାଇଥିବା ବେଳେ କୋସଲାଞ୍ଚଳର କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣଦେଖା କରାଯାଇଛି । ତେବେ ଆବାସ ଯୋଜନାରେ କୋସଲାଞ୍ଚଳକୁ ଅଣଦେଖା ଓ କୋସଲାଞ୍ଚଲକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀ ନେଇ ୬ ଦିନିଆ ପଦଯାତ୍ରା କରାଯାଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ମନ୍ଦିରରୁ ଗତ ୨୩ ତାରିଖରୁ ବରଗଡ଼ ଯାଏ ପଦଯାତ୍ର କରାଯିବ । ତେବେ ଆଜି କଳାହାଣ୍ଡି ଜିଲ୍ଲାରୁ କୋସଲ ସ୍ୱାଭିମାନ ରଥ ବଲାଙ୍ଗିର ଜିଲ୍ଲା ସଇଁତଲାକୁ ପ୍ରବେଶ କରିଛି । ସଇଁତଲା ଜାତୀୟ ରାଜପଥ ୨୬ରେ ସଇଁତଲାର ବିଭିନ୍ନ ସଂଗଠନ ପକ୍ଷରୁ କୋସଲ ପଦଯାତ୍ରାକୁ ସମର୍ଥନ ମିଳିଥିବା ବେଳେ ଗରୀବ ନିରୀହଙ୍କ ପାଇଁ ଏହି ପଦଯାତ୍ରା କରାଯାଉଥିବା ନେଇ ଲୋକଙ୍କ ସମର୍ଥନ ରହିଥିବା ସହ ହଜାର ହଜାର ସ୍ଥାନୀୟ ଜନସାଧାରଣ ପ୍ରଶଂସା କରୁଥିବା ମଧ୍ୟ ଜଣାଯାଇଛି ।

jay balangir
Leave A Reply

Your email address will not be published.

eighteen − sixteen =