pakka

ରାତିରେ ଘରେ ପଶି ମୁଖାପିନ୍ଧା ଦୁବୁର୍ତ୍ତ ଭୂଜାଲି ଧରି ଚୋରି ଉଦ୍ୟମ କଲେ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁର ନିଲାମ୍ବର ମେହେରଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରିରେ ୫ରୁ ଅଧିକ ମୁଖାପିନ୍ଧା ଦୁବୁର୍ତ୍ତ ପଶି ଭୂଜାଲି ଧରି ଚୋରି ଉଦ୍ୟମ କରିଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ସୂଚନାମତେ, ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁର ନିଲାମ୍ବର ମେହେରଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରିରେ ୫ ଜଣ ମୁଖାପିନ୍ଧା ଦୁବୁର୍ତ୍ତ ମାନେ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ନିଲାମ୍ବରଙ୍କ ବାପା ହୃଦାନନ୍ଦ ମେହେର ଦ୍ୱିତୀୟ ମହଲାରେ ଶୋଇଥିବା ବେଳେ ସେଠାରେ ଦୁବୁର୍ତ୍ତ ମାନେ ଭୁଜାଲି ଦେଖାଇ ଚିକ୍ରାର କଲେ ଏବଂ ଜୀବନରେ ମାରି ଦେବାକୁ ଧମକ୍‌ ଦେଇଥିଲେ । ହେଲେ ସେ ବାଧ୍ୟ ହୋଇ ଚିକ୍ରାର କରିବାରୁ ତାଙ୍କ ପୁଅ ତଳମହଲାରେ ଶୋଇଥିବା ବେଳେ ଶୁଣିବାକୁ ପାଇଥିଲେ । ହେଲେ ତାଙ୍କ ପୁଅ ଶୋଇଥିବା ଘର କବାଟକୁ ଦୃବୃର୍ତ୍ତ ମାନେ ବାହାର ସାଇଡରୁ ବନ୍ଦ କରି ଦେଇଥିବା ବେଳେ ପଡୋଶୀଙ୍କୁ ଫୋନ କରିବାରୁ ସେମାନେ ଆସି କବାଟ ଖୋଲିଥିଲେ । ଏହି ସମୟରେ ୫ ଜଣ ମୁଖାପିନ୍ଧା ଦୁବୁର୍ତ୍ତ ମାନେ ଭୂଜାଲିକୁ ଛାଡି ଦେଇ ଫେରାର ମାରିଥିଲେ । କୌଣସି ପ୍ରକାର ଚୋରି ହୋଇନଥିବା ବେଳେ ମାତ୍ର ଚୋରି ଉଦ୍ୟମ କରୁଥିବା ନେଇ ପରିବାର ଲୋକେ କହିଛନ୍ତି । ଏ ନେଇ ଆଜି ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ । ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି । ଦୁବୁର୍ତ୍ତଙ୍କ ଭୁଜାଲିକୁ ପୋଲିସ ଜବତ କରିଛି । ଦିନକୁ ଦିନ ଏହି ଅଂଚଳରେ ଚୋରି ଡକାୟତି ବଢୁଥିବା ବେଳେ ଏହି ଅଂଚଳରେ ପୁଲିସ ପେଟ୍ରାଲିଂ କରିବା ପାଇଁ ଲୋକେ ଦାବୀ କରିଛନ୍ତି । ଏହି ଅଂଚଳର ଲୋକମାନେ ଚୋରମାନଙ୍କ ଉପରେ ଭୟରେ ରହୁଥିବା ଦେଖିବାକୁ ମିଲୁଛି ।

Leave A Reply

Your email address will not be published.

2 × one =