csstore

ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳନ କଲା ପାଟଣାଗଡ଼ କୋସଲ ରାଜ୍ୟ ସମନ୍ୱୟ ସମିତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାକୁ କୋସଲ ରାଜ୍ୟ ଗଠନ କରିବା ବହୁ ଦିନରୁ ଦାବି ରହିଆସୁଛି କୋସଲ ରାଜ୍ୟ ସମନ୍ୱୟ ସମିତି । କୋଶଳାଞ୍ଚଳର ଐତିହ୍ୟ ପରମ୍ପରା, କୋସଲି ଭାଷାକୁ ସାମ୍ବିଧାନିକ ଅଷ୍ଟମ ଅନୁଛେଦ ମାନ୍ୟତା ଅଧିକାର, ସ୍ବତନ୍ତ୍ର କୋସଲ ରାଜ୍ୟ ଗଠନ ଦାବୀ ହେଉଛି । ରାଜ୍ୟ କୋସଲାଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ସବୁ କ୍ଷେତ୍ରରେ ଅବହେଳା କରାଯାଇଥିବାରୁ ସ୍ବତନ୍ତ୍ର କୋସଲ ରାଜ୍ୟ ଗଠନ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାର ପ୍ରଶାସନ ସ୍ତରରେ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରୁଥିବା ବେଳେ ଏହାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ପାଟଣାଗଡ଼ ପକ୍ଷରୁ ବିରୋଧ କରାଯାଉଛି । ଗତକାଲି କୋସଲ ରାଜ୍ୟ ସମନ୍ୱୟ ସମିତି ପାଟଣାଗଡ଼ ଶାଖା ବନମାଳୀ ନାଏକ, ଗିରିଧାରୀ ଭୋଇ, ଅଚ୍ୟୁତ ସିପୁନ ଖମାରୀଙ୍କ ନେତୃତ୍ୱରେ ରାମପୁର ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି କଳା ପତାକା ପ୍ରଦର୍ଶନ କରିବା ସହ ସହର ପରିକ୍ରମା କରି ବିଭିନ୍ନ ନାରାବାଜି ଦେଇଥିଲେ । ଉତ୍କଳ ଜନନୀ ସଙ୍ଗୀତ ଗାନକୁ ବିରୋଧ କରି ଜୟ କୋସଲ ନାରା ଦେଇଥିଲେ । ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି କୋସଲ ପ୍ରେମୀ ସୁଶୀଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ଯୁବରାଜ ବଗାର, ପ୍ରମୋଦ ମେହେର, କାହ୍ନା ମେହେର, ଅଂଶୁ ମେହେରଙ୍କ ଶତାଧିକ କୋଶଳ ପ୍ରେମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.