
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ୩୪ ଜଣିଆ ନୂତନ ଜିଲ୍ଲା କମିଟି ଗଠିତ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶ ମୋହନ ପାଢୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଅନୁମୋଦନ ଓ ସୁପାରିଶ କ୍ରମେ କମିଟି ଗଠନ ହୋଇଥିବା ବେଳେ ସଭାପତି ସୁରେନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ କମିଟି ଗଠନ କରାଯାଇ ନାମ ଘୋଷଣା କରାଯାଇଛି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାବେ ସୁରେନ୍ଦ୍ର ପାତ୍ର, ଉପସଭାପତି ପ୍ରଦିପ ପଧାନ, ପ୍ରହଲ୍ଲାଦ ଖମାରୀ, ଅରୁଣ କର୍ମୀ, ନିରଞ୍ଜନ ବେହେରା, ସଖୀ ବରିହା, ଅଚ୍ୟୁତାନନ୍ଦ ବାରିକ, ସାଧାରଣ ସଂପାଦକ ବିରେନ୍ଦ୍ର ବିଶ୍ଵାଲ, ଝସକେତନ ପଧାନ, ସଂପାଦକ ପରେଶ୍ଵର ସାହୁ, ଦେବେନ୍ଦ୍ର ପାତ୍ର, ମଦନ ମୋହନ ପଟେଲ, କେଦାର ମେହେର, ସରୋଜ ବାରିକ, ହୃଷୀକେଶ ଭୋଇ, କୋଷାଧ୍ୟକ୍ଷ ଅଲୁରୀ ଶୁଭରାଜୁ, ସୋସିଆଲ ମିଡିଆ ସେଲ ସଂଯୋଜକ ତ୍ରିବିକ୍ରମ ଦାସ, ସହ ସୋସିଆଲ ମିଡିଆ ସେଲ ସଂଯୋଜକ ପାଣ୍ଡବ ପଧାନ, ଜିଲ୍ଲା ମିଡିଆ ସେଲ ସଂଯୋଜକ ସୁଶାନ୍ତ ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ରବି କର୍ତ୍ତି, ଗୁରୁଦେବ ଦାସ, ଯୋଗେନ୍ଦ୍ର ଭୋଇ, ବିରେନ୍ଦ୍ର ହୋତା, ବିପିନ ସାହୁ, ସୁରୁ ବରିହା, ଜୟ କୁମାର ମେହେର, ରବିନ୍ଦ୍ର ପଧାନ, ଦୁର୍ଯ୍ୟୋଧନ ସାହୁ, ଅଚ୍ୟୁତ ଦେହେରୀ, ଆନନ୍ଦ ସାହା, ତୁଳସୀ ପଧାନ, ରବିନ୍ଦ୍ର ବାଗ, ଶିଶୁପାଳ ପଧାନ, ସଂକୀତ୍ତନ ପଧାନ ମନୋନୀତ ହୋଇଛନ୍ତି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କମିଟି ଘୋଷିତ ହେବା ପରେ କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତଥା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କମିଟିରେ ମନୋନୀତ ହୋଇଥିବା କର୍ମକର୍ତ୍ତା ସଦସ୍ୟ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।
