ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇଲେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସପ୍ତାହନ୍ତ ତାଲାବନ୍ଦୀରେ ହରିଶଙ୍କର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏହି ଅବସରରେ ସେଠାରେ ଥିବା ଆଶ୍ରିତ ପଶୁପକ୍ଷୀ ପ୍ରାୟତଃ ମାଙ୍କଡମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ମନ୍ଦିର ବନ୍ଦ ଯୋଗୁଁ ଦର୍ଶକ ମଧ୍ୟ ଆସୁନାହାନ୍ତି । ଯାହା ଫଳରେ ମାଙ୍କଡମାନେ ଖାଇବାକୁ ପାଉନାହାନ୍ତି । ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ଚେଷ୍ଟା ଜାରି ରଖିଛନ୍ତି । ପୂର୍ବରୁ ତିନିଥର ଖାଦ୍ୟ ଦେବାପରେ ଆଜି ଚତୁର୍ଥ ଥର ପାଇଁ ଖାଦ୍ୟ ନେଇ ଖାଇବାକୁ ଦେଇଥିଲେ । ଆଜିର ଖାଦ୍ୟ ପାଇଁ କଣ୍ଟାବାଞ୍ଜିର ବ୍ୟବସାୟୀ କିଶୋର ଡାଲମିଆ ତାଙ୍କ ପୁତ୍ର ପିୟୂଷ ଡାଲମିଆଙ୍କ ଜନ୍ମଦିନ ଅବସରରେ ଆର୍ଥିକ ସାହାଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଆଶିଷ ଜୈନ ସହଯୋଗ କରିଥିଲେ । ଶ୍ରୀ ଦାଶ ହରିଶଙ୍କରକୁ ଆସି ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗେଇଦେବାକୁ ଜନସାଧାରଣଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.