oom

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ ନଗର ବିଜେପି ପ୍ରତିନିଧି ଦଳ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ପଦ୍ମପୁର ନଗର ବିଜେପି ପ୍ରତିନିଧି ଦଳ । ଖରା ମାସରେ ଅଙ୍ଗନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର ପାଣିର ଆବଶ୍ୟକତା ଟିକେ ବେଶୀ ରହେ, ସେଥିପାଇଁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଟେଙ୍କର ସହାୟତାରେ ପାଣି ଯୋଗାଇ ଦିଆଯାଇଥାଏ । ଜୁନ୍ ୧୫ ପରେ କିନ୍ତୁ ଟେଙ୍କରରେ ପାଣି ଯୋଗାଣ ବନ୍ଦ କରି ଦିଅନ୍ତି ବିଭାଗ ତରଫରୁ, ଏବେ ବର୍ଷା ଆରମ୍ଭ ହେଲାଣି ତଥାପି କେତେକ ଅଞ୍ଚଳରେ ପାଣି ଯୋଗାଣ ସ୍ୱାଭାବିକ ହୋଇନି, ମୁଖ୍ୟତଃ ପୁରୁଣା ବସ୍ତି, ମେହେରପଡ଼ା, କଣ୍ଟାପଡ଼ା, ରଜାପଡ଼ା, ବଡ଼ପଡ଼ାରେ ବହୁତ୍ କମ୍ ସମୟ ପାଇଁ ଜଳ ଯୋଗାଣ ହେଉଛି । ଆବଶ୍ୟକତାକୁ ପୂରଣ କରିବା ପାଇଁ ଆବଶ୍ୟକ ସ୍ଥଳେ ଟେଙ୍କରରେ ପାଣି ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କୁ, ସହର ଅନେକ ସ୍ଥାନରେ ରାସ୍ତା ଖୋଳି ନୂତନ ପାଇପ୍ କନେକ୍ସନ୍ ଦିଆ ହେଇଥିବା ରାସ୍ତାର ଶୀଘ୍ର ମରାମତି ପାଇଁ ଠିକାଦାରକୁ ନିର୍ଦେଶ ଦେବା ପାଇଁ କହିଥିବା ସହ ସହରର ଅନେକ ସ୍ଥାନରେ ପାଣି ପାଇପ୍ ଫାଟି ଲିକ୍ ହେଉଥିବାରୁ ତାହା ଯଥାଶୀଘ୍ର ମରାମତି କରିବା ପାଇଁ ମଧ୍ୟ କହିଛୁ ବୋଲି ବିଭାଗୀୟ ଯନ୍ତ୍ରୀ ଅଧିକାରୀ ମାଝି ବାବୁ କହିବା ସହ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପଦ୍ମପୁର ନଗର ବିଜେପି ସଭାପତି ସୁନିଲ୍ କୁମାର୍ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର,ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେର,ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ଆଜିର ଏ ଆଲୋଚନା ରେ ସାମିଲ୍ ହୋଇ ଥିଲେ ।

jittmm
Leave A Reply

Your email address will not be published.