pakka

ଚଳନ୍ତା ଟ୍ରେନରୁ ଖସି ପଡ଼ି ଶ୍ରମିକଙ୍କ ଗୋଡ଼ କଟିଲା

bbehera

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖଲିଆପାଣି ଗାଁର ରଥୁ ବରିହା (୪୫)ନାମକ ଜଣେ ଶ୍ରମିକଙ୍କ ଚଳନ୍ତା ଟ୍ରେନରୁ ଖସି ପଡ଼ି ଗୋଡ଼ କଟି ଯାଇଥିବା ଜଣା ପଡିଛି । ଶ୍ରମିକ ଜଣକ ହରିଶଙ୍କରରୁ ନୂଆପଡ଼ା ଅଭିମୁଖେ ଆସୁଥିବା ଟ୍ରେନରୁ ଖସି ପଡ଼ିଥିଲେ । ରଥୁ ନିଜ ସାଥୀଙ୍କ ସହ ମିଶି ହରିଶଙ୍କର ରୋଡ଼ରେ ରେଳ ବିଭାଗର ଜଣେ ଠିକାଦାରଙ୍କ ନିକଟରେ ନିୟୋଜିତ ହୋଇ କାମ କରୁଥିଲେ । ଗତ ରାତିରେ କିଛି ଟଙ୍କା ପାଇ ସେ ନିଜ ଘରକୁ ଫେରୁଥିଲେ । ଟ୍ରେନରେ ଚଢ଼ି ସେ କୁଆଡେ ଗେଟ ପାଖରେ ବସିଥିଲେ । ଟ୍ରେନ ଗଡ଼ିବାର କିଛି ଦୂର ଗଲା ପରେ ହଠାତ ଖସି ପଡ଼ିଥିଲେ । ଟ୍ରେନରେ ଗୋଡ଼ କଟି ଯାଇଥିଲା । ରାତି ପ୍ରାୟ ଦୁଇଟା ବେଳେ ରେଳ ବିଭାଗ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲା । ପରିବାର ଲୋକଙ୍କୁ ଜଣାଇବା ସହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଥୁ ବରିହାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଗରିବ ଶ୍ରମିକ ଶ୍ରେଣୀର ପରିବାର ହେତୁ ସରକାରଙ୍କୁ ତରଫରୁ ସହାୟତା ଯୋଗାଇବାକୁ ଦାବି ହୋଇଛି ।

Leave A Reply

Your email address will not be published.

19 − 3 =