ବୁଡାମାଲ କୁମ୍ଭାରପଡା କଂକ୍ରିଟ୍ ରାସ୍ତା କାର୍ଯ୍ୟାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ବହୁ ଦିନରୁ କଞ୍ଚା ରାସ୍ତାଟି ଗ୍ରାମ ପଞ୍ଚାୟତ ତରଫରୁ କଂକ୍ରିଟ୍ କରିବା ପାଇଁ ଆଜି କାର୍ୟ୍ୟାରମ୍ଭ କରାଯାଇଛି । ଏହି ରାସ୍ତାଟି ବର୍ଷା ମାସରେ କାଦୁଅ ହେଉଥିବାରୁ ଲୋକଙ୍କର ଯିବା ଆସିବାରେ ବାଧା ସୃଷ୍ଟି ହେଉଥିଲା । ତେଣୁ ଜନ ପ୍ରତିନିଧି ବୁଡାମାଲ ସରପଞ୍ଚ ଚୁତର୍ଭୁଜ ମେହେର ପଞ୍ଚାୟତ ସଭାରେ ଏହି ରାସ୍ତାଟିକୁ କାର୍ୟ୍ୟକାରୀ କରିବା ପାଇଁ ମଞ୍ଜୁର କରାଇଥିଲେ । ଏହି ପଡାର ପାଇଁ କଂକ୍ରିଟ୍ ରାସ୍ତା ସ୍ବପ୍ନ ଥିଲା । ତେବେ ସରପଞ୍ଚଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇଥିବାରୁ ପଡାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏଥିରେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ ସେଠୀ ।

Leave A Reply

Your email address will not be published.