ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଓ ଜନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବରନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ କଣ୍ଟାମାଳ ନିର୍ବାଚନ ମଣ୍ତଳୀର ବାଉଶୁଣୀ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରକ୍ତର ଅଭାବ ଯୋଗୁଁ କାହାର କ୍ଷତି ନହେବା ପାଇଁ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ତତ୍ତ୍ବାବଧାନରେ ଏବଂ ଓଡିଶା-ମୋ ପରିବାର, ଜୀବନ ବିନ୍ଦୁ ତରଫରୁ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୮୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବିଜେଡି ଯୁବନେତା ସୁଧାଂଶୁ ରଣା କିଛି ସହଯୋଗୀଙ୍କୁ ନେଇ ବୁଲିବୁଲି ମାକ୍ସ ବଣ୍ଟନ କରିବା ସହ କୋଭିଡ ନୀୟମ ପାଳନ କରିବାକୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କୃତ୍ତିବାସ ପାତ୍ର ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ସେଲ ସଭାପତି ଶାନ୍ତନୁ ଥାଟି, ଓଡ଼ିଶା ମୋ ପରିବାର ଜିଲ୍ଲା ସଯୋଜକ ମୃତ୍ୟୁଞ୍ଜୟ ମିଶ୍ର, ଜିଳ୍ଲା ସାଧାରଣ ସମ୍ପାଦକ ସରୋଜ ତ୍ରିପାଠୀ, ସୁଜିତ ମେହେର, ବିଜୁ ଜନତା ଦଳ କଣ୍ଟାମାଳ ବ୍ଲକ ସଭାପତି ସମ୍ଭୁ ସାହୁ, ବିଜୁ ଛାତ୍ର ଜନତା ଦଳ ସଭାପତି ବୌଦ୍ଧ, ବରିଷ୍ଠ ବିଜୁ ଜନତା ଦଳ ନେତା ବିଜୟ ବାରିକ, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଳିଙ୍ଗ, ବିଜେଡି ଯୁବ ନେତା ସୁଧାଂଶୁ ଶେଖର ରଣା, ପ୍ରଶାନ୍ତ ରଣା, ବିପିନ ପଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.