ପରଲୋକରେ ଜିଜ୍ଞାସାର ରାଜ୍ୟ ସଂଯୋଜକ ଅଲେଖ ନିରଂଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଜ୍ଞାସାର ରାଜ୍ୟ ସଂଯୋଜକ ଅଲେଖ ନିରଞ୍ଜନ ଓଝାଙ୍କ ଗତକାଲି କଟକ ଏସ୍‌ସିବି ହସ୍‌ପିଟାଲରେ ଦେହାନ୍ତ ହୋଇ ଯାଇଛିି । ସୂଚନା ଅନୁସାରେ ଅଲେଖ ନିରଂଜନ କେନ୍ଦୁଝର ଜିଲ୍ଲା ବାସିନ୍ଦା ବଲାଙ୍ଗିର ଜିଲ୍ଲା ଆର୍ୟୁବେଦିକ୍‌ କଲେଜରେ ଚତୁର୍ଥ ବର୍ଷରେ ପାଠ ପଢୁଥିଲେ । ଗତ କିଛି ଦିନ ହେଲା ସମ୍ବଲପୁରକୁ ପରୀକ୍ଷା ଦେଇ ଯାଉଥିବା ବେଳେ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାରେ କୋ÷ଣସି ସୁଧାର ନଆସିବାରୁ ତାଙ୍କୁ ପୁଣି କଟକ ଏସ୍‌ସିବି ହସ୍‌ପିଟାଲ୍‌କୁ ନିଆଯାଇଥଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ଗତ ୧୫ ତାରିଖ ସକାଳେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମରଶରୀରକୁ ନିଜ ଗାଁକୁ ନିଆଯାଇ ସେଠାରେ ଶେଷ କୃତ୍ୟ କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ସେ ୨୩ ବର୍ଷରେ ପାଦ ଦେଇଥିଲେ । ତେବେ ତାଙ୍କ ଦେହାନ୍ତରେ ଏବିଭିପି ପରିବାର ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.